fbpx

Alert ଜାରି କଲା ପାଣିପାଗ ବିଭାଗ: କେଉଁଠି ବର୍ଷିବ ନିଆଁ ତ କେଉଁଠି ହେବ ମୂଷଳଧାରା

ନୂଆଦିଲ୍ଲୀ: ଚଳିତବର୍ଷ ସାରା ଦେଶରେ ଫେବୃଆରୀ ମାସରୁ ହିଁ ଆରମ୍ଭ ହୋଇଯାଇଛି ତାତିର ପ୍ରକୋପ । କିନ୍ତୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ୟର ବିଦର୍ଭ, ଗୁଜୁରାଟ ଏବଂ ରାଜସ୍ଥାନ ଆଦି କିଛି ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ଭାରତୀୟ ମୌସୂମୀ ବିଭାଗ ଅନୁଯାୟୀ, ଏହି ଇଲାକାରେ ଅଦିନିଆ ବର୍ଷ ହୋଇପାରେ । କିଛି ଜାଗାରେ ପବନର ବେଗ ବଢିବା ସହ ବିଜୁଳି ଏବଂ ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି । ଏ ନେଇ ପୁର୍ବରୁ ଆଲର୍ଟ ଜାରି କରିଛି ଆଇଏମଡି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ମାର୍ଚ୍ଚ ୫-୬ ତାରିଖ ଏବଂ ବିଦର୍ଭରେ ୫-୭ ତାରିଖ ମଧ୍ୟରେ ବର୍ଷା ଏବଂ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିପାରେ । ତେବେ ଆଗାମୀ ୩ ଦିନ ଉତ୍ତ-ପଶ୍ଚିମ ଭାରତର କିଛଇ ଅଞ୍ଚଳରେ ପବନର ବେଗ ୨୦-୩୦ କି.ମି ପ୍ରତି ଘଣ୍ଟା ରହିବ । ସେହିପରି ଉତ୍ତର ମହାରାଷ୍ଟ୍ର, ଦକ୍ଷିଣ ମଧ୍ୟ ପ୍ରଦେଶ ଏବଂ ଗୁଜୁରାଟରେ ୪ ରୁ ୭ ତାରିଖ ମଧ୍ୟରେ ହାଲକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ତେବେ ୪ରୁ ୬ ତାରିଖ ମଧ୍ୟରେ ପଶ୍ଚିମ ମଧ୍ୟ ପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ବଜ୍ରପାତ ସହିତ ହାଲକା ବର୍ଷା ହେବାର ସମ୍ଭବନା ରହିଛି । ଏହିସବୁ ସମ୍ଭାବନାକୁ ଲକ୍ଷ୍ୟ କରି ଶନିବାରକୁ ପଶ୍ଚିମ ମଧ୍ୟପ୍ରଦେଶ ଏବଂ ରବିବାର ପାଇଁ ସମ୍ପୂର୍ଣ୍ଣ ମଧ୍ୟପ୍ରଦେଶକୁ ଆଲର୍ଟ ଜାରି କରିଥିବା ବେଳେ ସୋମବାର ଏବଂ ମଙ୍ଗଳବାର ପାଇଁ ପୂର୍ବ ମଧ୍ୟପ୍ରଦେଶକୁ ୟେଲୋ ବ୍ୟାଚ ଜାରି କରିଛି ।

ସେପଟେ କର୍ଣ୍ଣାଟକ ବିଭିନ୍ନ ସ୍ଥାନରେ ଆଗାମୀ ଦୁଇ ଦିନ ଲୁ’ ଚାଲିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଆସନ୍ତା ୨ ଦିନରେ ଉତ୍ତର କେରଳ, ଦକ୍ଷିଣ କୋଙ୍କଣ ଏବଂ ଗୋଆରେ ସର୍ବାଧିକ ତାପମାତ୍ରା ୩୬-୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି । ତେବେ ମାର୍ଚ୍ଚ ୫ ତାରିଖରୁ ଏହି ଅଞ୍ଚଳରେ ସର୍ବାଧିକ ତାପମାତ୍ରାରେ ପ୍ରାୟ ୨ ଡିଗ୍ରୀ ସେଲସିୟସ ହ୍ରାସ ଘଟିପାରେ । ତେବେ ମଧ୍ୟ ଭାରତରେ ଆସନ୍ତା ୨ ଦିନ ପରେ ଦିନର ତାପମାତ୍ରାରେ ହ୍ରାସ ଘଟିବାର ସମ୍ଭାବନା ରହିଛି । ସେହିପରି ପଶ୍ଚିମ ଭାରତରେ ଏହି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Get real time updates directly on you device, subscribe now.