fbpx

TRAI ତରଫରୁ Alert ମେସେଜ୍: ସାବଧାନ୍ ରୁହନ୍ତୁ, ଟେଲିକମ୍ ଅଥରିଟି ନାଁରେ କରୁଛନ୍ତି ଫର୍ଜି କଲ୍

ଓଡ଼ିଶା ଭାସ୍କର: ସାଧାରଣ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି ଲୁଟେରା । ଲୋକଙ୍କ ବ୍ୟାଙ୍କ ଆଉଣ୍ଟ ଉପରେ ସବୁବେଳେ ରହିଛି ନଜର । ବର୍ତ୍ତମାନ ଲୁଟ୍ କରୁଥିବା ଏହି କ୍ରିମିନାଲ ଠକିବା ପାଇଁ ଟ୍ରାଇ()କୁ ମାଧ୍ୟମ କରିଛନ୍ତି । ଟ୍ରାଇ ନାମରେ ଲୋକମାନଙ୍କୁ ଫୋନ୍ କରି ସେମାନଙ୍କୁ ଲୁଟ୍ କରିବା ପାଇଁ ଚାଲିଛି ଚେଷ୍ଟା । ଏହାକୁ ନେଇ ଟେଲିକମ୍ ଅଥରିଟି ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏଭଳି କଲ୍ ପ୍ରତି ସାବଧାନ ରହିବା ପାଇଁ ଗ୍ରାହକମାନଙ୍କ ସୂଚନା ଦେଇଛି ଟ୍ରାଇ । ଟେଲିକମ୍ ଅଥରିଟି ପକ୍ଷରୁ କେବେ କାହାକୁ ଫୋନ୍ କରାଯାଏ ନାହିଁ ବୋଲି ଟ୍ରାଇ ସୂଚନା ଦେଇଛି ।

ଟ୍ରାଇ କହିଛି ଯେ, ଲୋକଙ୍କୁ ପୂର୍ବରୁ ରେକର୍ଡ କରାଯାଇଥିବା କଲ କରାଯାଉଛି ବୋଲି ଜଣାଯାଇଛି। ଏହି କଲରେ ୟୁଜରଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ରଦ୍ଦ କରାଯିବ ବୋଲି ଧମକ ଦିଆଯାଉଛି। ମୋବାଇଲ୍ ନମ୍ବର ଜାରି ରଖିବା ପାଇଁ ଲୋକଙ୍କୁ ସେମାନଙ୍କର ବ୍ୟକ୍ତିଗତ ସୂଚନା ଦେବାକୁ କହୁଛନ୍ତି ଡିଜିଟାଲ ଲୁଟେରା । ତେବେ ଟ୍ରାଇ କହିଛି ଯେ, ମୋବାଇଲ୍ ନମ୍ବର ବନ୍ଦ କରିବା ବିଷୟରେ ସେମାନଙ୍କ ପକ୍ଷରୁ କୌଣସି କଲ୍ କିମ୍ବା ବାର୍ତ୍ତା କେବେ ପଠାଯାଇ ନାହିଁ । ଏହା ବ୍ୟତୀତ, ଟ୍ରାଇ କୌଣସି ତୃତୀୟ ପକ୍ଷ ଏଜେନ୍ସିକୁ ଏପରି କଲ କିମ୍ବା ବାର୍ତ୍ତା ଦେବା ଦାୟିତ୍ୱ ମଧ୍ୟ ଦେଇନାହିଁ । ଏଭଳି ପରିସ୍ଥିତିରେ ଗ୍ରାହକମାନେ ଟ୍ରାଇ ନାମରେ କୌଣସି ଫୋନ୍ କଲ୍, ମେସେଜ୍ କିମ୍ବା ବିଜ୍ଞପ୍ତି ପ୍ରତି ସତର୍କ ରହିବା ଉଚିତ୍ ବୋଲି ଟ୍ରାଇ ସତର୍କବାଣୀ ଦେଇଛି ।

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ସ୍ପଷ୍ଟ କରିଛି ଯେ, କେବଳ ଆପଣଙ୍କର ଟେଲିକମ୍ କମ୍ପାନୀ ହିଁ ମୋବାଇଲ୍ ନମ୍ବର ବନ୍ଦ କରିବା ପାଇଁ ପଦକ୍ଷେପ ନେଇପାରିବ। ଏହାର ଅନେକ କାରଣ ହୋଇପାରେ । ବିଲିଂ, କେୱାଇସି କିମ୍ବା ନମ୍ବରର ଅପବ୍ୟବହାର ପରି ଅନେକ କାରଣ ପାଇଁ କମ୍ପାନୀ ନିଜର କୌଣସି ନମ୍ବରକୁ ବନ୍ଦ କରିପାରେ । ତେବେ ଟ୍ରାଇ ନାମରେ ମୋବାଇଲ ନମ୍ବର ବନ୍ଦ କରିବା ପାଇଁ ଧମକ ଦେଉଥିବା ବ୍ୟକ୍ତି ଲୁଟ୍ କରିବା ଉଦ୍ଦେଶ୍ୟରେ ରହିଥାଏ । ଏହାବ୍ୟତୀତ ଏଭଳି କଲ୍ ପାଇଲେ ନିଜ ଟେଲିକମ୍ ସର୍ଭିସ ପ୍ରୋଭାଇଡର କଲେ୍ ସେର୍ଟରକୁ ଫୋନ୍ କରି ଏହାର ଯାଞ୍ଚ କରାଇପାରିବେ ।

ଟ୍ରାଇ କହିଛି ଯେ, ସାଇବର ଅପରାଧ ଏବଂ ଆର୍ଥିକ ଠକେଇ ଭଳି ମାମଲାରେ ନାଗରିକମାନେ ଟେଲିକମ୍ ବିଭାଗର ସଂଚାର ସାଥି ପ୍ଲାଟଫର୍ମରେ ଉପଲବ୍ଧ ଥିବା ଚକ୍ଷୁ ସୁବିଧା ବିଷୟରେ ରିପୋର୍ଟ କରିବା ଉଚିତ୍। ଏହାବ୍ୟତୀତ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର ୧୯୩୦ କିମ୍ବା ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଏହିପରି ସନ୍ଦେହଜନକ କଲ୍ ବିଷୟରେ ସୂଚନା ମଧ୍ୟ ଦେବା ଉଚିତ୍ ।

Get real time updates directly on you device, subscribe now.