fbpx

ଆଲେକ୍ସ କେରୀଙ୍କ ସହ ଘଟିଗଲା ଏମିତି ଦୁର୍ଘଟଣା: ସାମାନ୍ୟ ଭୁଲ ପାଇଁ ଅପଦସ୍ତ ହେଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଳୀ: ଦୀର୍ଘ ୨୪ ବର୍ଷ ପରେ ଏବେ ପାକିସ୍ତାନ ଟୁରରେ ରହିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଉଭୟ ଦେଶ ମଧ୍ୟରେ ଖେଳାଯୁଛି ୩ଟିକିଆ ଟେଷ୍ଟ ସିରିଜ । ପ୍ରଥମ ମ୍ୟାଚ ଡ୍ର ରହିବା ପରେ ଦ୍ୱିତୀୟ ମ୍ୟାଚ ୧୨ ତାରିଖରୁ କରାଚିରେ ଖେଳାଯିବାକୁ ରହିଛି । ସେଥିପାଇଁ କରାଚିରେ ଅଷ୍ଟ୍ରେଲିଆ ଟିମ ପହଞ୍ଚି ସାରିଛି । ପ୍ରସ୍ତୁତି ଆରମ୍ଭ କରିବା ସହିତ କୁବ ମସ୍ତିରେ ନଜର ଆସିଛନ୍ତି ସମସ୍ତ ଖେଳାଳି । ଏହାରି ଭିତରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟର କରିଛନ୍ତି । ସାଥୀ ଖେଳାଳି ଆଲେକ୍ସ କ୍ୟାରି ଏକ ଦୁର୍ଘଟଣାର ଶିକାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Pat Cummins (@patcummins30)

କମିନ୍ସଙ୍କର ଏହି ଭିଡିଓରେ କେରୀ ଅଜବ ଢଙ୍ଗରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ନିଜର ସାମାନ୍ୟ ଟିକିଏ ଭୁଲ ପାଇଁ ଆଲେକ୍ସ ପାଣିରେ ଖସି ପଡିଛନ୍ତି । ସାଥୀ ଖେଳାଳିମାନଙ୍କ ସହ କଥା ହେବା ସମୟରେ ଆଗକୁ ଯାଉ ଯାଉ ସେ ସୁଇମିଙ୍ଗ ପୁଲ ଭିତରକୁ ଖସି ପଡିଛନ୍ତି । ଏହା ଦେଖି ଅନ୍ୟ ଖେଳାଳିମାନେ ଖୁବ ମଜା ନେଇଥିଲେ । ନିଜ ବ୍ୟାଗ ଏବଂ ମୋବାଇଲ ସହିତ ସେ ପାଣି ଭିତରକୁ ଖସି ପଡିଥିଲେ । ଏହାର ଭିଡିଓ କରି ପ୍ୟାଟ କମିନ୍ସ ନିଜ ସୋଶଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖି ଫ୍ୟାନ୍ସମାନେ କହିଛନ୍ତି ଯେ, ନଜର ହଟି ଦୁର୍ଘଟଣା ଘଟି ।

Get real time updates directly on you device, subscribe now.