fbpx

ହଁ ଏଲିଅନ ଅଛନ୍ତି, ବୈଜ୍ଞାନିକମାନେ ପ୍ରଦର୍ଶନ କଲେ ୧୦୦୦ ବର୍ଷ ତଳର ୨ଟି ଏଲିଅନର ମୃତଶରୀର

ନୂଆଦିଲ୍ଲୀ: ସତରେ କ’ଣ ଏଲିଅନ ଅଛନ୍ତି ? ଏହି ରହସ୍ୟ ଉପରୁ ଏବେ ମେକ୍ସିକୋର ବୈଜ୍ଞାନିକମାନେ ପରଦା ହଟାଇଛନ୍ତି । ଏକାଧିକ ରିପୋର୍ଟରୁ ଜଣାପଡିଛି ମେକ୍ସିକୋରେ ୨ଟି ଏଲିଅନର ମୃତଦେହର ସନ୍ଧାନ କରାଯାଇଛି ।

ମେକ୍ସିକୋ କଂଗ୍ରେସ ପକ୍ଷରୁ ଏକ ଅଧିବେଶନର ଆୟୋଜନ କରାଯାଇ ସେଥିରେ ବୈଜ୍ଞାନିକମାନେ ୨ଟି ଏପରି ମୃତଦେହ ପ୍ରଦର୍ଶିତ କରିଛନ୍ତି ଯାହା ମଣିଷ ନୁହଁନ୍ତି କି ପୃଥିବୀରେ ଚଳପ୍ରଚଳ ହେଉଥିବା କୌଣସି ପ୍ରାଣୀ ବି ନୁହଁନ୍ତି । ତେଣୁ ଏହାକୁ ଏଲିଅନର ମୃତଦେହ ବୋଲି କୁହାଯାଉଛି ଯାହା ୧,୦୦୦ ବର୍ଷ ପୁରୁଣା । ଏହି ୨ଟି ମୃତଦେହ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଛି । ଏଲିଅନଙ୍କ ମୃତଦେହର ଏକ ଭିଡିଓ ମଧ୍ୟ ମେକ୍ସିକୋ କଂଗ୍ରେସରେ ପ୍ରଦର୍ଶିତ ହୋଇଛି ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

ମେକ୍ସିକୋ କଂଗ୍ରେସରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନକୁ ମେକ୍ସିକାନ ଜର୍ଣ୍ଣାଲିଷ୍ଟ ଓ ୟୁଫୋଲୋଜିଷ୍ଟ ଜେମ୍ ମାଉସାନ ପରିଚାଳନା କରିଥିଲେ । ଜେମ୍ ବହୁ ଦଶନ୍ଧି ଧରି ବୈଜ୍ଞାନିକମାନଙ୍କ ସହ ମିଶି ପୃଥିବୀ ବାହାରର ଅପରିଚିତ ବସ୍ତୁ ବା ଦ୍ରବ୍ୟ ବିଷୟରେ ଅଧ୍ୟୟନ କରୁଛନ୍ତି ।

Get real time updates directly on you device, subscribe now.