fbpx

(Video) ଅନ୍ଧାର ରାତିରେ ପୃଥିବୀକୁ ଆସୁଛନ୍ତି ଏଲିୟନ! ଉଡ଼ନ୍ତା ଜାଲ ଛାଡ଼ି କୁଆଡ଼େ ହୋଇଯାଉଛନ୍ତି ଉଭାନ୍

Advertisement

ନୂଆଦିଲ୍ଲୀ: ‘ଉଡନ୍ତାଯାନ’ର ମାୟାଜାଲରେ ଫସିଛି ଆମେରିକାର ସ୍ପେସ ଏଜେନ୍ସି ନାସା । ଉଡନ୍ତା ଯାନକୁ ନେଇ ନାସାର ବୈଜ୍ଞାନିକଙ୍କ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହି ଉଡନ୍ତା ଯାନର ରହସ୍ୟ କ’ଣ? ଏହାକୁ ଏଲିୟନମାନେ ପୃଥିବୀକୁ ପଠାନ୍ତି ମନୁଷ୍ୟର ଗୁପ୍ତଚର ଭାବେ, କିମ୍ବା କୌଣସି ଦେଶ ଅନ୍ୟ ଦେଶ ଉପରେ ନଜର ରଖିବାକୁ ଏଭଳି କରିଥାନ୍ତି? ସବୁଠାରୁ ବଡ ପ୍ରଶ୍ନ ଏହା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାର ରହସ୍ୟ ଜାଣି ପାରି ନାହାନ୍ତି ।

ନାସା ଏହା ଉପରେ ପାଖାପାଖି ଏକ ବର୍ଷ ଅଧ୍ୟୟନ କରିଛି । ଏହାପରେ ମଧ୍ୟ ବୈଜ୍ଞାନିକମାନେ ପ୍ରକୃତ ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି । ତେବେ ନାସାର ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ, ପୃଥିବୀ ବାହାରେ ଏଲିୟନମାନେ ଅଛନ୍ତି । ତେବେ ଏହି ଉଡନ୍ତା ଯାନ ମଧ୍ୟରେ ଅନେକ ଅଲୌକିକ ଶକ୍ତି ରହିଛି । ପୃଥିବୀର ସବୁଠାରୁ ବଡ ରହସ୍ୟ ମଧ୍ୟରେ ଗୋଟିଏ ହେଉଛି ଉଡନ୍ତାଯାନ । ଯାହାକୁ ନେଇ ସମସ୍ତେ ଜାଣିବାକୁ ଚାହିଁ ରହିଛନ୍ତି । କୁହାଯାଉଛି କି ଏଲିୟନମାନଙ୍କର ପୃଥିବୀ ଉପରେ ନଜର ରଖିଛି । ଆଉ ଏ ଥରେ ଅନେକ ସମୟରେ ମଧ୍ୟ ଏହି ଉଡନ୍ତା ଯାନ ଦେଖିବାକୁ ମିଳିଥିବା ନାସାର ବୈଜ୍ଞାନିକ ମାନେ କହିଛନ୍ତି । ତେବେ ସଠିକ୍ ସତ୍ୟତା ନାସାର ନୂଆ ଟିମ୍ ଜରିଆରେ ଜଣା ପଡିବ ।

ନାସାର ବୈଜ୍ଞାନୀକମାନଙ୍କୁ ପୃଥିବୀ ବାହାରେ ଏଲିଏନ ଥିବା ସଂକେତ ମିଳିବା ପରେ ଏବେ ନାସା ବୈଜ୍ଞାନିକମାନଙ୍କର ଏକ ନୂଆଟିମ ଗଠନ କରିଛି । ଏଥିରେ ୧୬ ଜଣ ସଦସ୍ୟ ସାମିଲ ହେବେ । ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ରିସର୍ଚ୍ଚ ପାଇଁ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସିର ଆବଶ୍ୟକତା ପଡିବ । ନାସା ଏକ ବର୍ଷର ଅଧ୍ୟୟନ ପରେ କୌଣସି ସଠିକ ଜିନିଷ ଦେଇ ପାରି ନାହିଁ । ଏଥି ପାଇଁ ନୂଆ ବୈଜ୍ଞାନୀକମାନଙ୍କ ଟିମ ପ୍ରସ୍ତୁତ କରାଯାଇଛି । ନାସା ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ଉଡନ୍ତା ଯାନ ମଧ୍ୟରେ ଅନେକ ଅଲୌକିକ ଶକ୍ତି ରହିଛି । ପୃଥିବୀର ସବୁଠାରୁ ବଡ ରହସ୍ୟ ମଧ୍ୟରେ ଗୋଟିଏ ହେଉଛି ଉଡନ୍ତାଯାନ । ସେପଟେ ନାସା ମଧ୍ୟ ଏନେଇ ମୁହଁ ଖୋଲିଛି । ନାସା କହିଛି କି ଏ ଦୁନିଆରେ ଏଲିୟନ ମାନେ ଥାଇପାରନ୍ତିି କିନ୍ତୁ ଏପର୍ଯ୍ୟନ୍ତ ଏଲିୟନ ମାନଙ୍କର ଉପସ୍ଥିତି କୁ ନେଇ କୌଣସି ଠୋସ ପ୍ରମାଣ ମିଳିପାରି ନାହିଁ । ନାସା ଏଲିୟନ ମାନଙ୍କୁ ଖୋଜିବାକୁ ନେଇ ପ୍ରୟାସ ଜାରି ରଖିଛି ।

Get real time updates directly on you device, subscribe now.