ନୂଆଦିଲ୍ଲୀ:ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଶନିବାର ସଂଧ୍ୟାରେ ଏକ ଫ୍ୟାକ୍ଟ୍ରୀରେ ଭୀଷଣ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୩୫ଟି ଦମକଳ ଗାଡିକୁ ଘଟଣାସ୍ଥଳକୁ ପଠାଯାଇଛି। ଦିଲ୍ଲୀର ଅଗ୍ନୀଶମ ସେବାର ଅଧିକାରୀ କହିଛନ୍ତି ଯେ, ଏହି ଅଗ୍ନୀକାଣ୍ଡରେ କୌଣସି ମୃତାହତ ଘଟିନାହିଁ ଏବଂ ଏଥିରେ ଅନେକ ବିଲ୍ଡିଂ ଜଳିଯାଇଛି।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଏହି ଘଟଣା ଚିନ୍ତାଜନକ ଏବଂ ସେ ବ୍ୟକ୍ତିଭାବେ ମାମଲାର ଯାଞ୍ଚ କରୁଛନ୍ତି। ଏହି ଅଗ୍ନୀକାଣ୍ଡ ସମ୍ବନ୍ଧୀୟ ଜିଲ୍ଲାଧିକାରୀଙ୍କ ଯୋଗାଯୋଗରେ ସମସ୍ତ ସହଯୋଗ କରାଯାଉଛି। ସେ କହିଛନ୍ତି ଯେ, ଏହି ଘଟଣାରେ କେହି ମଧ୍ୟ ଆହତ ହୋଇନାହାନ୍ତି। ଅଗ୍ନିଶମ ସେବାର ଅଧିକାରୀମାନେ କହିଛନ୍ତି ଯେ, ଗୋଦାମ ଘର କାଗଜ ଏବଂ ରାସାୟନିକ ପଦାର୍ଥ ସଂରକ୍ଷଣ ପାଇଁ ବ୍ୟବହୃତ ହେଉଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
VIDEO | Delhi: A massive fire broke out at a warehouse in Alipur area earlier today. More details awaited.
(Full video available on PTI Videos – https://t.co/n147TvrpG7) pic.twitter.com/cRNXmpEr8I
— Press Trust of India (@PTI_News) November 2, 2024