ସାଧାରଣତଃ ଆପଣମାନେ କ୍ୟାନସର, ଟିବି ପରି ବିଭିନ୍ନ ପ୍ରକାର ଭୟଙ୍କର ରୋଗ ବିଷୟରେ ଜାଣିଥିବେ । ଏକଥା ହୁଏତ ଆପଣମାନେ ଜାଣି ନଥିବେ ଯେ, ଏପରି ଏକ ରୋଗ ଅଛି ଯେଉଁ ରୋଗରେ ଆକ୍ରାନ୍ତ ହେବା ପରେ ମଣିଷର ଲକ୍ଷଣ ଗାଈ ପରି ହୋଇଯାଇଥାଏ । ଏହି ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ବ୍ୟକ୍ତି ନିଜକୁ ଗାଈ ବୋଲି ଭାବି ନେଇଥାଏ । ଏଥିସହ ଆକ୍ରାନ୍ତ ବ୍ୟକ୍ତିର କଥାବାର୍ତ୍ତା, ଚାଲିଚଳନ ଆଦି ଗାଈ ପରି ହୋଇଯାଇଥାଏ । ଏପରିକି ସେ ଦୁଇ ହାତ ଓ ଦୁଇଗୋଡ଼ ସାହାଯ୍ୟରେ ଚାଲିବା ସହ ଘାସ ଖାଇବାକୁ ପଡ଼ିଆରେ ଚରିବାକୁ ଲାଗିଥାଏ । ସେ ଗାଈ ପରି ଜୀବନଯାପନ କରିବାକୁ ଲାଗେ ଓ ଗାଈର ପସନ୍ଦିତା ଖାଦ୍ୟ ସେବନ କରିବାକୁ ଆଗ୍ରହ ପ୍ରକାଶ କରିଥାଏ ।
ବାସ୍ତବରେ ଏହା କୌଣସି ମନଗଢ଼ା କଥା ନୁହେଁ, ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ବହୁତ କମ୍ ସଂଖ୍ୟକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗର ନାମ ହେଉଛି Boanthropy । ତେବେ ସ୍ୱପ୍ନ କାରଣରୁ ଏହି ମାନସିକ ରୋଗ ହୋଇଥାଏ ବୋଲି ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି । ମାତ୍ର କିଛି ଲୋକ ଏହାକୁ ଧାର୍ମିକ ଦୃଷ୍ଟିକୋଣରୁ ବ୍ଲାକମ୍ୟାଜିକ ବୋଲି କହିଥାନ୍ତି । ଅତୀତରେ କିଛି ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଏହି ରୋଗରେ ଶିକାର ହୋଇସାରିଥିବା ଜଣପଡ଼ିଛି । ବିସି ୬୦୫ରୁ ୫୬୨ ମଧ୍ୟରେ ବେବିଲୋନର ରାଜା ଥିବା ନେବୁଚାଡନେଜାର ଏଥିରେ ଆକ୍ରାନ୍ତ ହୋଇଥିଲେ ।