fbpx

ଗାଡ଼ି ମାଲିକଙ୍କୁ ବଡ଼ ଉପହାର! ୨୦୧୭ ମସିହା ପରଠାରୁ କଟା ଯାଇଥିବା ସମସ୍ତ ଚାଲାଣ ବାତିଲ୍ କଲେ ସରକାର

ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟରେ ଅଧିକ ଟ୍ରାଫିକ ସମସ୍ୟା ଦେଖାଦେଉଥିବା ବେଳେ ଏନେଇ ଅଧିକ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଅନେକ ସମୟରେ ଲୋକମାନେ ବେପରୁଆ ଭାବେ ଗାଡ଼ି ଚାଳନା କରିବା କାରଣରୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଉଛି । ତେବେ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସମୟରେ ନୂଆ ନୂଆ ଟ୍ରାଫିକ ନିୟମ ଲାଗୁ କରାଯିବା ସହ ଜରିମାନା ଆଦାୟ କରାଯାଇଥାଏ ।

ତେବେ ଏହା ମଧ୍ୟରେ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏହା ସମସ୍ତ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । ଘରୋଇ ଗାଡ଼ି ଚାଳକ ଓ କମର୍ସିଆଲ ଯାନର ମାଲିକଙ୍କୁ ସରକାରଙ୍କ ତରଫରୁ ଏକ ବଡ଼ ଉପହାର ଦିଆଯାଇଛି । ଗାଡ଼ି ମାଲିକଙ୍କୁ ୫ ବର୍ଷର ଚାଲାଣ ଉପରେ ଛାଡ଼ କରାଯାଇଛି । ଦୀର୍ଘ ସମୟ ଧରି ଚାଲାଣ ଭରୁନଥିବା ଚାଳକଙ୍କ ପାଇଁ ସରକାର ଚାଲାଣ ବାତିଲ କରିବା ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ଗାଡ଼ି ମାଲିକଙ୍କୁ ଫାଇଦା ମିଳିବ ।

ସୂଚନ ମୁତାବକ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହା ସମସ୍ତ ଗାଡ଼ି ମାଲିକଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ହୋଇଛି । ୨୦୧୭ ମସିହା ଜାନୁଆରୀ ୧ରୁ ୨୦୨୧ ମସିହା ଡିସେମ୍ବର ୩୧ ପର୍ଯ୍ୟନ୍ତ କଟା ଯାଇଥିବା ସମସ୍ତ ଚାଲାଣ ଉପରେ କୌଣସି ଅର୍ଥ ଅଦାୟ କରାଯିବ ନାହିଁ । ଯେଉଁସବୁ ମାମଲା ଅଦାଲତରେ ଚାଲୁ ରହିଥିବା ସେ କ୍ଷେତ୍ରରେ ଏହି ନିଷ୍ପତ୍ତି ଲାଗୁ ହେବ । ଏପରି ସ୍ଥଳେ ଅଦାଲତରେ ଚାଲୁଥିବା ସମସ୍ତ ମାମଲାକୁ ବନ୍ଦ କରିଦିଆଯିବ । ଏଥିସହିତ ପେଣ୍ଡିଂ ଚାଲାଣକୁ ଇ-ପୋର୍ଟାଲରୁ ମଧ୍ୟ ହଟାଇ ଦିଆଯିବ । ରାଜ୍ୟ ପରିବହନ କମିଶନର ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.