fbpx

(Video)ଲାଇଭ୍ ଟିଭି ପ୍ରସାରଣ ବେଳେ ରୁଷିଆ ଟିଭି ଚ୍ୟାନେଲ୍ ରୁ ସବୁ କର୍ମଚାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆଜି ହେଉଛି ୟୁକ୍ରେନ-ଋଷ ଯୁଦ୍ଧର ୧୦ମ ଦିନ । ଋଷ ୟୁକ୍ରେନ ଉଉରେ ତାର ଆକ୍ରମଣ ଜାରି ରଖିଛି । ଋଷିଆର ଏହି ବର୍ବରତାକୁ ବର୍ତ୍ତମାନ ସମସ୍ତ ପଶ୍ଚିମ ଦେଶ ବିରୋଧ କରୁଥିବା ବେଳେ ଖୋଦ ଋଷିଆବାସୀ ମଧ୍ୟ ଏହାକୁ ସମର୍ଥନ କରୁନାହାନ୍ତି । ଆହୁରି ପୁଣି ବିରୋଧ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ରୁଷିଆକୁ ବର୍ତ୍ତମାନ ନିଜ ଦେଶରେ ହିଁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି । ଯେଉଁ କାରଣ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ଏହି ଟିଭି ଚ୍ୟାନେଲର କର୍ମଚାରୀମାନେ ‘ନୋ ଟୁ ୱାର୍ର’ଘୋଷଣା କରିଥିଲେ । ଆଉ ତା ପରେ ସମସ୍ତେର ଏକାଥରକେ ନିଜ ନିଜର ଇସ୍ତଫା ଦେଇ ଷ୍ଟୁଡିଓରୁ ଚାଲିଯାଇଛନ୍ତି । ଏସବୁ ପୁଣି ଲାଇଭ୍ ଟିଭି ପ୍ରସାରଣ ବେଳେ ହୋଇଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.