fbpx

All Eyes On Reasi କୁ ଏକ୍ସରେ ସାଢେ ୫ ଲକ୍ଷ ଲୋକେ କରିଲେଣି ପୋଷ୍ଟ, ପଢନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ରିୟାସୀ ଜିଲ୍ଲାରେ ଗତକାଲି ରବିବାର ଦିନ(୯ ଜୁନ) ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ବୋଝେଇ ବସକୁ ଟାର୍ଗେଟ କରିଥିଲେ । ଏହାପରେ ବସ ଘାଟିରେ ଖସିପଡିଲା, ଯେଉଁଥିରେ ୧୦ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆକ୍ରମଣରେ ଦୁଇ-ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ରହିଛି ବୋଲି କୁହାଯାଉଛି । ଏହି ଦୁର୍ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ରାଜୌରୀ, ରିୟାସୀ ଏବଂ ପୁଞ୍ଚର ଉପରୀ ଅଞ୍ଚଳରେ ଲୁଚିଛନ୍ତି । ପଡୋଶୀ ଦେଶ ପାକିସ୍ତାନର ଏଥିରେ ସଂପୃକ୍ତି ଥିବାରୁ ସାରା ଦେଶର ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ଗତକାଲି ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଖୁସି ମନାଉଥିଲେ ସେହି ସମୟରେ ଆତଙ୍କବାଦୀ ନିର୍ଦ୍ଦୋଶ ଏବଂ ନିରିହ ଲୋକମାନଙ୍କୁ ଆକ୍ରମଣ କରିଛନ୍ତି ।

ଜାମ୍ମୁ-କାଶ୍ମୀରର ରିୟାସୀ ଜିଲ୍ଲାରେ ହୋଇଥିବା ଆକ୍ରମଣ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ All Eyes On Reasi ହାସଟ୍ୟାଗ ଟ୍ରେଣ୍ଡ କରୁଛି । ଏ ନେଇ ୫.୫ ଲକ୍ଷରୁ ଅଧିକ ଲୋକେ ପୋଷ୍ଟ କରିସାରିଛନ୍ତି । ଏଥିରେ ବଲିଉଡ ଅଭିନେତା ଅନୁପମ ଖେର ଏବଂ ସୋସିଆଲ ମିଡିଆ ସେଲିବ୍ରେଟୀ ଏଲବିସ୍ ଯାଦବ ମଧ୍ୟ ସାମିଲ ଅଛନ୍ତି । ଦେଶସାରା ଲୋକେ ସୋସିଆଲ ମିଡିଆରେ All Eyes On Reasiପୋଷ୍ଟ କରି ନିଜର କ୍ରୋଧ ପ୍ରକାଶ କରୁଛନ୍ତି ।

Get real time updates directly on you device, subscribe now.