ରାଜ୍ୟର ସବୁ ଚାଷୀଙ୍କର ହେବ ଇ-କେୱାଇସି, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ସବୁ ଚାଷୀଙ୍କର ହେବ ଇ-କେୱାଇସି

ଭୁବନେଶ୍ୱର: ଚାଷୀମାନଙ୍କୁ ନେଇ ବଡ଼ ଖବର। ରାଜ୍ୟର ସବୁ ଚାଷୀଙ୍କର ହେବ ଇ-କେୱାଇସି। ଯାହା ଦ୍ୱାରା ନକଲି ଚାଷୀ ଧରାପଡ଼ିବେ। ଅଗଷ୍ଟ ୨୦ ତାରିଖ ଯାଏଁ ପଞ୍ଜୀକରଣ ଚାଲିବ।

ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କର ସୂଚନା ରହିଛି। ସମସ୍ତ ଚାଷୀ ଇ-କେୱାଇସି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବାପା, ଜେଜେବାପାଙ୍କ ନାଁରେ ଜମି ଥିଲେ ପୁଅ କରିପାରିବେ ପଞ୍ଜୀକରଣ। ଯେତିକି ଜମି ଚାଷ କରୁଥିବେ ସେତିକି ପଞ୍ଜୀକରଣ କରିପାରିବେ।

କୃଷକମାନଙ୍କୁ ଆର୍ଥିକ ସମୃଦ୍ଧି ଏବଂ ପ୍ରଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ, ସରକାର ପ୍ରତି ଚାରି ମାସରେ 2000 ଟଙ୍କାର କିସ୍ତି ଜାରି କରନ୍ତି। ତଦନୁସାରେ, ପ୍ରତିବର୍ଷ ତିନୋଟି କିସ୍ତିରେ 6000 ଟଙ୍କା ପଠାଯାଏ।