CHARIDHAM

ରାଜ୍ୟର ସବୁ ସରକାରୀ କୋଠାର ରଙ୍ଗ ହେବ ଗେରୁଆ, ପୂର୍ତ୍ତ ବିଭାଗ ଜାରି କଲା ବିଜ୍ଞପ୍ତି

ଏଣିକି ରାଜ୍ୟର ସବୁ ସରକାରୀ କୋଠା ହେବ ଗେରୁଆ ରଙ୍ଗ

ଭୁବନେଶ୍ୱର: ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟର ରଙ୍ଗ ହେବ ଗେରୁଆ ରଙ୍ଗ। ନୂଆ ଏବଂ ମରାମତି ହେଉଥିବା ପୁରୁଣା କୋଠାକୁ ଗେରୁଆ ରଙ୍ଗ କରାଯିବ। ଏନେଇ ପୂର୍ତ୍ତ ବିଭାଗ ବିଜ୍ଞପ୍ତି ଜାରି କରିଛି।

ସରକାରୀ ଉଦ୍ୟୋଗର କୋଠାକୁ ମଧ୍ୟ ଗେରୁଆ ରଙ୍ଗ ଦିଆଯିବ। ସରକାରୀ କୋଠା ଲାଗି ୩ଟି କଲର କୋଡ୍ ଜାରି ହୋଇଛି। ବାହାର କାନ୍ଥ ପାଇଁ ଆରଜିବି ମିକ୍ସ ବ୍ୟବହାର ହେବ। ଏହି ରଙ୍ଗ ହେଉଛି ଇଷତ୍ ଗେରୁଆ।

କୋଠାର ବର୍ଡର ପାଇଁ ଆରଜିବି ମିକ୍ସ ରଙ୍ଗ ବ୍ୟବହାର କରାଯିବ। ଏଥିସହ ସରକାରୀ କୋଠାର ଗ୍ରୀଲ ପାଇଁ ଆରଜିବି ମିକ୍ସ ବ୍ୟବହାର ହେବ ବୋଲି ପୂର୍ତ୍ତ ବିଭାଗ ବିଜ୍ଞପ୍ତିରେ ଦର୍ଶାଇଛି।