fbpx

ଦୁଃଖ ଖବର: ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଅଧ୍ୟକ୍ଷଙ୍କ ପରଲୋକ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଅଧ୍ୟକ୍ଷଙ୍କ ପରଲୋକ ଘଟିଛି । ମୁସଲମାନଙ୍କ ସବୁଠାରୁ ଶକ୍ତିଶାଳୀ ଏହି ସଂଗଠନର ଅଧ୍ୟକ୍ଷ ହଜରତ ମୌଲାନା ରାବେ ହସନୀ ନଦଭୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହଜରତ ମୌଲାନାଙ୍କ ସ୍ୱାସ୍ଥ୍ୟାବସ୍ଥା ଦୀର୍ଘ ଦିନ ହେଲା ଖରାପ ରହିଥିଲା । ନିମୋନିଆ ଓ ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ରାୟବରେଲିରୁ ଲକ୍ଷ୍ନୌ ନିଆଯାଇଥିଲା । ତେବେ ସେଠାରେ ଡାଲିଗଞ୍ଜ ସ୍ଥିତ ନଦବା ମଦରସାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ମୌଲାନା ଜଣେ ପ୍ରଖ୍ୟାତ ଇସଲାମିକ ସ୍କଲାର ଥିଲେ ଓ ସେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଅଧ୍ୟକ୍ଷ ଭାବେ ଗତ ୨୦୧୮ ମସିହାରୁ କାର୍ଯ୍ୟ କରିଆସୁଥିଲେ । ଏଥିସହିତ ସେ ଲକ୍ଷ୍ନୌ ସ୍ଥିତ ଧାର୍ମିକ ଶିକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ନଦବତୁଲ ଓଲେମାର ଅଧ୍ୟକ୍ଷ ରହିଥିଲେ । ସେ ମୁସଲିମ ଲିଗ ବୋର୍ଡର ସଂସ୍ଥାପକ ସଦସ୍ୟ ଆଲମୀ ରବିତା ଅଦବ-ଏ-ଇସଲାମୀ, ରିୟାଦ (କେଏସଏ)ର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ ।

ମୌଲାନା ଜଣେ ମହାନ୍ ଭାରତୀୟ ଇସଲାମିକ ବିଦ୍ୱାନ ଥିଲେ । ଇସଲାମିକ ଶିକ୍ଷା ଓ ସ୍କଲାରଶିପର ପ୍ରଚାର ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ବିଶ୍ୱର ୫୦୦ ସବୁଠାରୁ ପ୍ରଭାବଶାଳୀ ମୁସଲମାନଙ୍କ ମଧ୍ୟରେ ତାଙ୍କର ନାମ ସୂଚୀବଦ୍ଧ କରାଯାଇଥିଲା । ଇସଲାମ ଧର୍ମ ଜୀବନର ସମସ୍ତ କ୍ଷେତ୍ରରେ ଆମର ମାର୍ଗଦର୍ଶନ କରିଥାଏ । ତେଣୁ ମୁସଲମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ହଲାଲ ଓ ହରାମର ଧ୍ୟାନ ରଖିବା ଉଚିତ । ଇସଲାମକୁ କେବଳ ନମାଜ ମଧ୍ୟରେ ସୀମିତ ରଖିବା ଅନୁଚିତ ବୋଲି ସେ କହୁଥିଲେ ।

Get real time updates directly on you device, subscribe now.