CHARIDHAM

ଏପ୍ରିଲ ୧୪ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ,୨୫ ।୩ : କରୋନା ଭାଇରସ ମହାମାରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ମେଲ୍, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ସେହିପରି କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଞ୍ଚଳରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବା ମଧ୍ୟ ବନ୍ଦ ରହିବ।

ତେବେ ଜରୁରୀ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଲାଗି ମାଲବାହୀ ଟ୍ରେନ ଚଳାଚଳ ପୂର୍ବପରି ଜାରି ରହିବ।