fbpx

ଆସାମ ସରକାରଙ୍କ ବଡ ନିଷ୍ପତ୍ତି: ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ମାଗଣା ଟିକା

ଆସାମ,୨୧ ।୪: କରୋନା ମହାମାରୀ ଦ୍ରୁତଗତିରେ ମାଡିଚାଲିଥିବା ବେଳେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କରୋନା ଟିକାକରଣ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ମାଗଣା ଟିକା ଘୋଷଣା କରିଛି ଆସାମ । ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ସରମା କହିଛନ୍ତି ଯେ ଗତ ବର୍ଷ ଆସାମ ସ୍ୱାସ୍ଥ୍ୟ ପାଣ୍ଠିରେ ସଂଗୃହୀତ ପାଣ୍ଠି ଟିକା କିଣିବାରେ ବ୍ୟବହୃତ ହେବ। ଏଥିପାଇଁ ଭାରତ ବାୟୋଟେକକୁ ୧ କୋଟି ଡୋଜର ଅର୍ଡର ଦିଆ ସରିଛି ।

ତେବେ ଆସାମ ପୂର୍ବରୁ ୟୁପି ସରକାର ମଧ୍ୟ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ଏହା ଘୋଷଣା କରିଛନ୍ତି। ୟୁପିରେ ଆସନ୍ତା ମାସ ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକାକରଣ ଦିଆଯିବ ।

Get real time updates directly on you device, subscribe now.