fbpx

ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ

ବରଗଡ଼, ୨୧ା୪ (ଓଡିଶା ଭାସ୍କର): ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗାଇସିଲେଟ ବ୍ଲକ ଉମରାଡ ଗାଁରେ ହାତୀ ଏହି ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଶୌଚ ପାଇଁ ନିକଟସ୍ଥ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିବା ଜଣାପଡ଼ିଛି । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଗ୍ରାମର ମାଲ ସେଠ, ବିରଞ୍ଚି କୁମ୍ଭାର ଓ ନାଲପାଲି ଗାଁର ଆଉ ଜଣେ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି ।

ସେହିପରି ବଲାଙ୍ଗିର ଜିଲ୍ଲା ଲୋହିଂସା ଦର୍ଲିପାଲି ଗାଁରେ ଜଣଙ୍କୁ ହାତୀ ଦଳି ଦେଇଛି । ଶୌଚ ପାଇଁ ଯାଇଥିବା ବେଳେ ବିରଞ୍ଚି ସାହୁଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ବିରଞ୍ଚିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.