fbpx

ରାଜଧାନୀରେ ବନ୍ଦ ରହିବ ସ୍କୁଲ… ଭୀଷଣ ଥଣ୍ଡାରୁ ୧୭ ଦିନ ସ୍କୁଲ ଛୁଟି ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ବିଶେଷକରି ଉତ୍ତର ଭାରତ ଅଞ୍ଚଳରେ ଏହି ଥଣ୍ଡା ଅଧିକ ପରିମାଣରେ ଅନୁଭବ କରଯାଉଛି । ତେଣୁ ପିଲାମାନଙ୍କୁ ସ୍କୁଲ ଯିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ପ୍ରବଳ ଥଣ୍ଡା ଯୋଗୁଁ ରାଜ୍ୟର କିଛି ଟା ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍କୁଲ ଛୁଟିର ସମୟ ଚାଲିଥିବା ବେଳେ ଆଉ କିଛି ଦିନ ଅଧିକ ସ୍କୁଲ ବନ୍ଦ ରହିବ ।

ସୂଚନା ଅନୁସାରେ, ପ୍ରତିବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ରହିଥାଏ । ଚଳିତବର୍ଷ ଏହା ୧୪ ଦିନ ପାଇଁ ବନ୍ଦ ରହିଛି । କିନ୍ତୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଗୌତମବୁଦ୍ଧନଗରର ପ୍ରବଳ ଥଣ୍ଡା ଯୋଗୁଁ ସ୍କୁଲଗୁଡ଼ିକୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ୧୪ ଦିନ ଛୁଟି ପରେ ଆଉ ଅତିରିକ୍ତ ୩ ଦିନ(୧୭ ଦିନ) ସ୍କୁଲ ବନ୍ଦ ରହିବ ବୋଲି ସୂଚନା ମିିିଳିଛି । ଏହାସହିତ ଆସନ୍ତା ୨୯ ଏବଂ ୩୦ ତାରିଖରେ ମଧ୍ୟ ସ୍କୁଲ ବନ୍ଦ ରକିବାକୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଏହାପରେ ୩୧ ତାରିଖ ରବିବାର ପଡ଼ୁଥିବାରୁ ସ୍କୁଲଗଚଡ଼ିକ ବନ୍ଦ ରହିବ । ଅନ୍ୟ ପକ୍ଷରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଟାଇମ ଟେବୁଲ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ପ୍ରବଳ ଥଣ୍ଡା ଏବଂ କୁହୁଡ଼ିକୁ ଦୃଷ୍ଟିରେ ରକି ଗୌତମବୁଦ୍ଧନଗରର ଜିଲ୍ଲାଧିକାରୀ ମନୀଷ କୁମାର ବର୍ମାଙ୍କ ନିର୍ଦ୍ଦେଶାନୁସାରେ, ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୨୯ ଏବଂ ୩୦ ତାରିଖ ବନ୍ଦ ରହିବ ଏବଂ ୩୧ ତାରିଖ ରବିବାର ପାଇଁ ମଧ୍ୟ ବନ୍ଦ ରହିବ ସ୍କୁଲ । ପରିଷଦ ସ୍କୁଲରେ ୩୧ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି । ଏହାପରେ ୧୫ ତାରିଖରେ ନିର୍ଦ୍ଧାରିତ ସମୟରେ ଖୋଲିବ ସମସ୍ତ ସ୍କୁଲ । ତେବେ କାର୍ଯ୍ୟରତ କର୍ମଚାରୀମାନେ ଯଥାରୀତି କାର୍ଯ୍ୟ କରିବେ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି ।

Get real time updates directly on you device, subscribe now.