fbpx

ଲାଇଭ ଇସ୍ତଫା ଦେଲେ ଋଷ ଟିଭି ଚ୍ୟାନେଲର ସବୁ ଷ୍ଟାଫ୍: ଶେଷ ପ୍ରସାରଣରେ କହିଲେ ‘ଯୁଦ୍ଧକୁ ନା’

ନୂଆଦିଲ୍ଲୀ: ଶେଷ ପ୍ରସାରଣ ସମୟରେ ‘ଯୁଦ୍ଧକୁ ନା’ ବାର୍ତ୍ତା ଦେଇ ଲାଇଭ ଇସ୍ତଫା ଦେଲେ ଟିଭି ଚ୍ୟାନେଲର ପୂରା ଷ୍ଟାଫ୍ । ଏମିତି କରିଛନ୍ତି ୠଷର ଏକ ଟିଭି ଚ୍ୟାନେଲ । ୟୁକ୍ରେନ ଯୁଦ୍ଧର ପ୍ରସାରଣ କରିଥିବାରୁ ୟୁକ୍ରେନର ‘ଟିଭି ରେନ୍’ ସଞ୍ଚାଳକଙ୍କୁ ନିଲମ୍ବିତ କରିଥିଲେ ଋଷର ଅଧିକାରୀମାନେ । ଏହାପରେ ଟିଭି ରେନ୍ ର ଅଧିକାରୀ ଲାଇଭ ଆସି ସାମୂହିକ ଇସ୍ତଫା ନେବାକୁ ନିଷ୍ପତ୍ତି ନେଇଥିଲେ ।

‘ଟିଭି ରେନ’ର ସଂସ୍ଥାପକଙ୍କ ମଧ୍ୟରୁ ଜଣେ ନତାଲିଆ ସିନ୍ଦେଦେଭା ଶେଷ ପ୍ରସାରଣରେ ‘ଯୁଦ୍ଧକୁ ନା’ ବୋଲି କହିଥିଲେ ଏବଂ ଏହାପରେ ସବୁ କର୍ମଚାରୀ ଷ୍ଟୁଡିଓରୁ ବାହାରିଆସିଥିଲେ । ଘଟଣା ପରେ ଚ୍ୟାନେଲ ଏକ ବୟାନରେ କହିଛି ଯେ ଏଭଳି ଅନିଶ୍ଚିତ କାଳ ପର୍ଯ୍ୟନ୍ତ କରାଯାଇଛି । ସବୁ ଷ୍ଟାଫ୍ ଷ୍ଟୁଡିଓରୁ ବାହାରିଯିବା ପରେ ଟିଭି ଚ୍ୟାନେଲରେ ‘ସ୍ୱାନ ଲେକ’ ବ୍ୟାଲେଟ ଭିଡିଓ ପ୍ରାସାରିତ ହୋଇଥିଲା । ଯାହାକୁ ୧୯୯୧ ରେ ସୋଭିଏତ ସଂଘର ପତନ ସମୟରେ ଋଷରେ ସରକାରୀ ଟିଭି ଚ୍ୟାନେଲରେ ଦେଖାଯାଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ଋଷର ଅନ୍ୟ ଏକ ଗଣମାଧ୍ୟମ ସଂସ୍ଥା ‘ ଇକୋ ମୋସ୍କେୀଭୀ’ ରେଡିଓ ଷ୍ଟେସନକୁ ଯୁଦ୍ଧ କଭରେଜ ଦେଖାଇବା ଯୋଗୁଁ ଋଷ ଅଧିକାରୀମାନେ ବନ୍ଦ କରିଦେଇଥିଲେ ।

Get real time updates directly on you device, subscribe now.