fbpx

ଇଣ୍ଟିମେଟ ସିନ ସୁଟ କରିବା ପାଇଁ ବଲିଉଡର ଏହିସବୁ ଷ୍ଟାରଙ୍କୁ ହୋଇଥିଲା ଅସୁବିଧା, କିଏ ଡରିକି ବାଥରୁମ ଯାଉଥିଲା ତ କାହାର ବନ୍ଦ ହୋଇଯାଉଥିଲା ନିଶ୍ୱାସ….

ଓଡିଶା ଭାସ୍କର: ସାଧାରଣତଃ ଲୋକମାନେ ଏଭଳି ୱେବ ସିରିଜ କିମ୍ବା ସିନେମାର ସନ୍ଧାନରେ ଥାଆନ୍ତି ଯେଉଁଥିରେ ଇଣ୍ଟିମେଟ ସିନର ବହୁଳ ବ୍ୟବହାର ହୋଇଥିବ । ଲୋକେ ରାତିରେ ଏଭଳି ମାହୋଲ ତିଆରି କରିବାକୁ ପସନ୍ଦ କରନ୍ତି । ମାତ୍ର ଏହି ମାହୋଲକୁ ଦର୍ଶକଙ୍କ ପାଖକୁ ପହଞ୍ଚାଇବା ପାଇଁ ଅଭିନେତା ତଥା ଅଭିନେତ୍ରୀଙ୍କ ପକ୍ଷରେ ଏତେ ସହଜ ହୋଇ ନ ଥାଏ ।

ଆତିକାଲି ସିନେମାଠୁ ବେଶୀ ଇଣ୍ଟିମେଟ ସିନ ୱେବସିରିଜରେ ଦେଖିବାକୁ ମିଳିଥାଏ । ଅନେକ ଅଭିନେତା ତଥା ଅଭିନେତ୍ରୀ ଏଭଳି ଦୃଶ୍ୟର ସୁଟିଂ ସମୟରେ ଅସୁବିଧାର ସାମ୍ନା କରନ୍ତି ।ଏଭଳି ୫ ଜଣ ତାରକା ଥିଲେ…
ଶାଳିନୀ ପାଣ୍ଡେ: ନିକଟରେ ରିଲିଜ ହୋଇଥିବା ସିନେମା ‘ମହାରାଜା’ ସିନେମାରେ ଅମୀର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ପଦାର୍ପଣ ହୋଇଛି । ଏଥିରେ ଶାଳିନୀ ପାଣ୍ଡେ ମଧ୍ୟ ନଜର ଆସିଥିଲେ । ସିନେମାରେ ଶାଳିନୀ ଜୟଦୀପ ଅହଲାବାଦଙ୍କ ସହ ଏକ ଇଣ୍ଟିମେଟ ସିନର ସୁଟିଂ କରିଥିଲେ । ଯେଉଁଥିପାଇଁ ସେ ଅତ୍ୟଧିକ ବ୍ୟସ୍ତ ହୋଇ ପଡିଥିବା କହିଥିଲେ । ଏଥିପାଇଁ ସେ ମେକଅଫ ରୁମରେ ଅନେକ ସମୟ ଏକା ରହିଯାଇଥିଲେ ବୋଲି ଶାଳିନୀ ଏକ ସାକ୍ଷାତକାରରେ କହିଛନ୍ତି ।

ବବି ଦେଓଲ: ବବି ଦେଓଲଙ୍କ ‘ଆଶ୍ରମ’ ତିନିଟି ପାର୍ଟସ ଆସି ସାରିଛି । ଏଥିରେ ଭରପୂର ମାତ୍ରାରେ ଭରି ରହିଛି ଇଣ୍ଟିମେଟ ସିନ । ଯାହା ଦର୍ଶକଙ୍କୁ ଶୀତରେ ତାତି ପ୍ରଦାନ କରେ । ଇଶା ଗୁପ୍ତାଙ୍କ ସହ ତାଙ୍କର ଇଣ୍ଟିମେଟ ସିନକୁ ନେଇ ସେ ବେଶ୍ ଡରି ଯାଇଥିଲେ । ନା ଇଶା ନା ବବି କେହି ଏହି ସିନ କରି ପାରୁ ନଥିଲେ । ବବିଙ୍କ ହାତ କମ୍ପି ଉଠୁଥିଲା । ପରବର୍ତ୍ତୀ ସମୟରେ ଏହାକୁ ସମ୍ଭାଳି ଉଭୟ ଅଭିନେତା ଅଭିନେତୀ ସତରେ ନ ହେଲେ ବି ମିଛରେ ଏ ଦୃଶ୍ୟର ସୁଟ କରିଥିଲେ ।

ମାଧୁରୀ ଦୀକ୍ଷିତ: ସିନେମା ଦୟାବାନ ( ୧୯୮୮)ର ସୁପରହିଟ ଗୀତ ‘ଆଜ ଫିର ତୁମ ପେ ପ୍ୟାର ଆୟା ହୈ’ ଆଜିବି ସମସ୍ତଙ୍କ ରୋମକୁ ଟାଙ୍ଗୁରାଇ ଦିଏ । ଏହି ଗୀତ ସୁଟିଂ ସମୟରେ ଏକ କିସିଂ ସିନ ଥିଲା । ମାଧୁରୀଙ୍କ ଓଠକୁ ଅଭିନେତା ଜଣକ କାଟି ପକାଇଥିଲେ । ପରେ ସେ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ଏହି ସିନେମା ଓ ଗୀତ ଉଭୟ ସୁପରହିଟ ରହିଥିଲା ।
ଡିମ୍ପଲ କପାଡିଆ: ଫିଲ୍ମ ‘ପ୍ରେମ ଧରମ’ ସେଟରେ ବି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେକ୍ସି ଡିମ୍ପଲ କାପାଡିଆ ଓ ବିନୋଦ ଖାନ୍ନା ଉଭୟେ ଉଭୟଙ୍କୁ ଚୁମ୍ବନ କରି ଆତ୍ମତୃପ୍ତି ପାଇଥିଲେ ସିନେମାରେ । ଏହି ସିନେମା ରାତିରେ ସୁଟିଂ ହେବାର ଥିଲା । ନିର୍ଦ୍ଦେଶକଙ୍କ ଅନୁମତି ପରେ ବିନୋଦ କାପାଡିଆଙ୍କୁ ଚୁମ୍ବନ କରିବା ସାଙ୍ଗକୁ ଆଲିଙ୍ଗନ କରିବାରେ ଲାଗିଲେ । ଏହି ସମୟରେ ସେ ବହୁତ ମୁସ୍କିଲରେ ବିନୋଦଙ୍କୁ କାପାଡିଆ ହଟାଇଥିଲେ ନିଜ ଓଠ ଓ ଆଲିଙ୍ଗନରୁ । ପରେ ସେ ଏକା ଯାଇ ମେକଅଫ ରୁମରେ ବସି ପଢିଥିଲେ ।

ସୁସ୍ମିତା ସେନ: ସିନେମା ‘ଚିଙ୍ଗାରୀ’ର ଏକ ଦୃଶ୍ୟ ବେଶ୍ ଭାଇରାଲ ହୋଇଥିଲା । ମିଥୁନ ଚକ୍ରବର୍ତ୍ତୀ ଓ ସୁସ୍ମିତା ସେନ ଏଥିରେ ଏକ ଇଣ୍ଟିମେଟ ସିନ ଦେଇଥିଲେ । ଅଭିନେତ୍ରୀ ସୁସ୍ମିତା ସେନ ଏହି ସିନ କରିବା ପାଇଁ ନର୍ଭସ ହୋଇଯାଇଥିଲେ ଓ ସିନ କରି ପାରୁ ନଥିଲେ । ଅନେକ ସମୟ ପର୍ଯ୍ୟନ୍ତ ସେ ନିଜକୁ ରୁମରେ ବନ୍ଦ କରି ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହା ସମ୍ଭବ ହୋଇପାରିଥିଲା ।

Get real time updates directly on you device, subscribe now.