fbpx

‘ସ୍ୱାମୀ ଶାରୀରିକ ଇଚ୍ଛା ପୂରଣ କରିବାକୁ ପତ୍ନୀ ଆଗରେ ଦାବି କରିବନି ତ’ ଆଉ କୁଆଡେ ଯିବ?’ ହାଇକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ମନ୍ତବ୍ୟ ଦେଇଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୌନ ଇଚ୍ଛା ମାମଲା କ୍ରୁରତା ନୁହେଁ । ଯଦି ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ଠାରୁ ନିଜର ଶାରୀରିକ ଇଚ୍ଛାକୁ ସନ୍ତୁଷ୍ଟ କରିବାକୁ ଦାବି କରିବେ ନାହିଁ, ତେବେ ସେ ଏକ ସଭ୍ୟ ସମାଜରେ କୁଆଡେ ଯିବେ ।

ଯୌତୁକ ନିର୍ଯାତନା କ୍ରୁରତା ଅଭିଯୋଗକୁ ଭିତ୍ତିହୀନ ବୋଲି ଘୋଷଣା କରି ଚାଲିଥିବା ଅପରାଧିକ ମାମଲାକୁ କୋର୍ଟ ଖଣ୍ଡନ କରିଛନ୍ତି । ସ୍ୱାମୀ ପ୍ରାଞ୍ଜଲ ଶୁକ୍ଲାଙ୍କ ଆବେଦନ ଉପରେ ଜଷ୍ଟିସ ଅନିଶ କୁମାର ଗୁପ୍ତା ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକୃତରେ ପତ୍ନୀ ନୋଏଡାର ମହିଳା ପୋଲିସ ଷ୍ଟେସନରେ ତାଙ୍କ ସ୍ୱାମୀଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ଓ ଅସ୍ୱାଭାବିକ ସମ୍ପର୍କ ଥିବା ଅଭିଯୋଗ ଲଗାଇ ଏଫଆଇଆର୍ ଦାଖଲ କରିଥିଲେ । ପତ୍ନୀ ୨୩ ଜୁଲାଇ ୨୦୧୮ ରେ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ କହିଥିଲେ ଯେ, ସେ ଡିସେମ୍ବର ୨୦୧୫ ରେ ବିବାହ କରିଥିଲେ । ସ୍ୱାମୀ ଜଣେ ଇଞ୍ଜିନିୟର । ଶାଶୁଘରେ ଯୌତୁକ ଦାବି ହୋଇଥିଲା । କୋର୍ଟ ଏଫଆଇଆର୍ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲେ ଯେ ନିର୍ଯାତନା କିମ୍ବା ମାରପିଟର କୌଣସି ଠୋସ୍ ପ୍ରମାଣ ନାହିଁ । ଯୌନ ଇଚ୍ଛାର ସନ୍ତୁଷ୍ଟତା ଉପରେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ପତ୍ନୀ ସ୍ୱାମୀଙ୍କ ଉପରେ ଅଭିଯୋଗ କରିଥିଲେ :-
କୋର୍ଟ କହିଛନ୍ତି ଯେ, ଯଦି କୌଣସି ପୁରୁଷ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ଦାବି ନକରନ୍ତି ତେବେ ସେ ନୈତିକ ସଭ୍ୟ ସମାଜରେ ନିଜର ଇଚ୍ଛା ପୂରଣ କରିବାକୁ କୁଆଡେ ଯିବେ । ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ମଦ୍ୟପାନରେ ଅଭ୍ୟସ୍ତ ଥିଲେ ଏବଂ ତାଙ୍କଠାରୁ ଅସ୍ୱାଭାବିକ ସମ୍ପର୍କ ଦାବି କରିଥିଲେ । ସେ ପ୍ରାୟତଃ ଖରାପ ଚଳଚ୍ଚିତ୍ର ଦେଖୁଥିଲେ ଏବଂ ସେମାନଙ୍କ ସାମ୍ନାରେ ବିନା ପୋଷାକରେ ବୁଲୁଥିଲେ । ଏହା ସହ ସେ କହିଥିଲେ ଯେ, ତାଙ୍କ ସ୍ୱାମୀ ତାଙ୍କୁ ଶାଶୁଘରେ ଛାଡି ସିଙ୍ଗାପୁର ଯାଇଥିଲେ । ଯେତେବେଳେ ସେ ଆଠ ମାସ ପରେ ସିଙ୍ଗାପୁର ଯାଇଥିଲେ, ତାଙ୍କୁ ଖରାପ ବ୍ୟବହାର କରାଯାଇଥିଲା ।

ଯୌତୁକ ଦାବିରେ ହୋଇଥିବା ଅଭିଯୋଗକୁ ନିଶ୍ଚିତ କରିବାକୁ କୌଣସି ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି । ଶାରୀରିକ ସମ୍ପର୍କର ସନ୍ତୁଷ୍ଟତାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଥିଲା ବୋଲି ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.