fbpx

(Video) କାଠଗଡ଼ାରେ ‘ଗଙ୍ଗୁବାଇ କାଠିଆବାଡ଼ି’ : ଅଡୁଆରେ ଆଲିଆ ଭଟ୍ଟ

ମୁମ୍ବାଇ: ଫିଲ୍ମ ନିର୍ମାତା ସଂଞ୍ଜୟ ଲୀଲା ଭନସାଲି ସବୁବେଳେ ତାଙ୍କର ଫିଲ୍ମକୁ ନେଇ ଅଡ଼ୁଆରେ ପଢ଼ିଥାନ୍ତି । ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତାଙ୍କର ଆଗାମୀ ଫିଲ୍ମ ଗଙ୍ଗୁବାଇ କାଠିଆବାଡିକୁ ନେଇ ଦେଖାଦେଇଛି ବିବାଦ । ଗଙ୍ଗୁବାଇ ଚରିତ୍ର ନିଭାଇ ଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏବେ ବିବାଦ ଘେରରେ । ବର୍ତ୍ତମାନ ସବୁଠାରୁ ବଡ ଚର୍ଚ୍ଚିତ ଫିଲ୍ମ ହେଉଛି ‘ଗଙ୍ଗୁବାଈ କାଠିଆବାଡ଼ି’ । ଏମିତିରେ ଏହି ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଦୁହିଁଙ୍କ ପାଇଁ ସମସ୍ୟା ବଢି ବଢି ଚାଲିଛି । ଆଉ ଏବେ କାଠଗଡ଼ାରେ ‘ଗଙ୍ଗୁବାଈ କାଠିଆବାଡ଼ି’  । ଫିଲ୍ମର ମୁଖ୍ୟ ଚରିତ୍ର ଗଙ୍ଗୁବାଇଙ୍କୁୁ ନେଇ ଏବେ ଆଲିଆଙ୍କୁ ସାମ୍ନା କରିବାକୁ ପଡିଛି ଏଭଳି କିଛି ବିବାଦର । ଆଲିଆଙ୍କ ସହ ସଂଜୟ ଲୀଲା ଭନସାଲିଙ୍କ ନାଁରେ ମଧ୍ୟ ମାମଲା ଦାଏର ହୋଇଛି ।

ଅଭିଯୋଗ ଅନୁଯାୟୀ ଫିଲ୍ମରେ ଗଙ୍ଗୁବାଇଙ୍କ ଚରିତ୍ରକୁ କେବଳ ଜଣେ ଦେହଜୀବୀ ଭାବେ ଦେଖାଯାଇଛି  ।  ନକାରାତ୍ମକ ଚରିତ୍ର ଭାବେ ଚିତ୍ରିତ କର।।ଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଗଙ୍ଗୁବାଇଙ୍କୁ ଜଣେ ସମାଜସେବୀ ବଦଳରେ କେବଳ ଜଣେ ଦେହଜୀବୀ ଭାବରେ ଏହି ଫିଲ୍ମରେ ଚିତ୍ରିିତ କରାଯାଇଛି, ଆଉ ଏଭଳି ଏକ ଅଭିଯୋଗ ଆଣିଛନ୍ତି, ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା । ଏହା ସହ ସେମାନେ ଏହି ଫିଲ୍ମର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି ।  ଯାହାକୁ ନେଇ ଏବେ ଆଲିଆ ଏବଂ ସଂଜୟ ବନସାଲିଙ୍କ ନାଁ ରେ ମାମଲା ଦାୟର କରାଇଛନ୍ତି ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା । ଏହା ସହ ସେମାନେ ଏହି ଫିଲ୍ମର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି  । ଯାହାକୁ ନେଇ ଏବେ ଆଲିଆ ଏବଂ ସଂଜୟ ବନସାଲିଙ୍କ ନାଁ ରେ ମାମଲା ଦାୟର କରାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.