fbpx

ହିଜାବ ବିବାଦ ମାମଲା: ଜୁମ୍ମା ଓ ରମଜାନରେ ପିନ୍ଧିବାକୁ ମିଳୁ ଅନୁମତି, ଯାଚିକା ଦାୟର କଲେ ଛାତ୍ରୀ

ନୂଆଦିଲ୍ଳୀ: ହିଜାବ ବିବାଦ ଦିନକୁ ଦିନ ଅଡୁଆ ହେବାରେ ଲାଗିଛି । କର୍ଣ୍ଣାଟକ ହାଇକୋର୍ଟରେ ମାମଲାର ବିଚାର ଜାରି ରହିଥିବା ବେଳେ ଛାତ୍ରୀ ମାନଙ୍କ ପକ୍ଷରୁ ଏକ ନୂଆ ଦାବି ଉପସ୍ଥାପନ କରାଯାଇଛି । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ରୋକ ଲଗାଯାଇଥିବା ବେଳେ କେବଳ ଶୁକ୍ରବାର ଓ ରମଜାନରେ ଏହା ପିନ୍ଧିବା ପାଇଁ ଅନୁମତି ଦେବାକୁ ଛାତ୍ରୀ ମାନଙ୍କ ପକ୍ଷରୁ କୁହାଯାଇଛି । ଗତ ସପ୍ତାହରେ କୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶରେ କହିଥିଲେ କୌଣସି ପ୍ରକାରର ଧାର୍ମିକ ପରିପାଟୀକୁ ଶିକ୍ଷାନୁଷ୍ଠାନ ପରିସରରେ ବରଦାସ୍ତ କରାଯିବ ନାହିଁ । ତେବେ ଶୁକ୍ରବାରକୁ ଇସଲାମରେ ପବିତ୍ର ମନା ଯାଇଥାଏ । ଝିଅ ମାନଙ୍କ ପକ୍ଷରୁ ଲଢୁଥିବା ବିନୋଦ କୁଲକର୍ଣ୍ଣୀ କହିଥିଲେ କେବଳ ଶୁକ୍ରବାର ଏବଂ ରମଜାନ ସମୟରେ ଝିଅ ମାନଙ୍କୁ ହିଜାବ ପିନ୍ଧିବାର ଅନୁମତି ଦିଆଯିବା ଉଚିତ ।

ଛାତ୍ରୀ ମାନଙ୍କ ପକ୍ଷରୁ ଏହି ଯୁକ୍ତି କରାଯାଇଥିବା ବେଳେ କଲେଜ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ବିଗତ ୩୫ ବର୍ଷ ମଧ୍ୟରେ ଏହି କଲେଜରେ କୌଣସି ପ୍ରକାର ଧାର୍ମିକ ପୋଷାକକୁ ଅନୁମତି ଦିଆଯାଇନାହିଁ । ବର୍ତ୍ତମାନ ଅନୁମତି ଦେବା ଦ୍ୱାରା ଏହା ବିଦ୍ୱେଷ ସୃଷ୍ଟି କରିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

Get real time updates directly on you device, subscribe now.