‘ପୁଷ୍ପା-୨’ ଲାଗି ଆଲୁ ଅର୍ଜୁନ ନେଇନାହାନ୍ତି ଗୋଟିଏ ପଇସା, କିନ୍ତୁ କରିଛନ୍ତି ଏହି ବଡ ଡିଲ୍‌

ନୂଆଦିଲ୍ଲୀ: ‘ପୁଷ୍ପା: ଦି ରାଇଜ୍‌’ ର ବ୍ଲକବଷ୍ଟର ସଫଳତା ପରେ ଏ ପର୍ଯ୍ୟନ୍ତ ଦେଶ କ’ଣ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନରୁ ଏହାର ପ୍ରଭାବ କମିନାହିଁ । ଏବେ ଫ୍ୟାନ୍ ଆଲୁ ଅର୍ଜୁନଙ୍କ ‘ପୁଷ୍ପା-୨: ଦି ରୁଲ୍‌’ର ରିଲିଜ୍‌କୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମର ଶୁଟିଂ ପ୍ରାୟତଃ ସରିଯିବାକୁ ବସିଲାଣି । ତେବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ସୁକୁମାର ଦ୍ୱାରା ନିର୍ଦ୍ଦେଶିତ ଏହି ହିିଟ୍ ଫ୍ରାଞ୍ଚାଇଜର ଦ୍ୱିତୀୟ ଭାଗ ଲାଗି ଆଲୁ ଅର୍ଜୁନ କୌଣସି ଫି’ ନେଉନାହାନ୍ତି । କିନ୍ତୁ ସେ ନିର୍ମାତାଙ୍କ ସହ ଏପରି ଏକ ଡିଲ୍ କରିଛନ୍ତି ଯେଉଁଥିପାଇଁ ସେ ଏହି ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରିବେ ।

ଏହି ଫିଲ୍ମ ଲାଗି ସେ ଯେଉଁ ଡିଲ୍ କରିଛନ୍ତି ସେହି ହିସାବରେ ସେ ଫିଲ୍ମର ମୋଟ ଆୟରୁ ୩୩% ପାଇବେ । ତେବେ ଏହି ୩୩% ଡିଲ୍ କେବଳ ସିନେମାଘରର ଆୟ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଓଟିଟି ରାଇଟସ୍‌, ସାଟେଲାଇଟସ୍ ରାଇଟ୍ ଓ ଥିଏଟର ରାଇଟ୍ ସବୁକୁ ମିଶାଇ ଯାହା ବି ରକମ ଆୟ ହେବ ତାହାର ୩୩% ରହିଛି । କିନ୍ତୁ ଆଲୁ ଅର୍ଜୁନ କି ଫିଲ୍ମ ନିର୍ମାତା ଏହା ଉପରେ କୌଣସି ବୟାନ ରଖିନାହାନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ପୁଷ୍ପା ୨ରେ ଆଲୁ ଅର୍ଜୁନଙ୍କ ସହିତ ରଶ୍ମିକା ମନ୍ଦାନା, ଫହାଦ ଫାସିଲ, ଜଗପତି ବାବୁଙ୍କ ସହିତ ବହୁ ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ସିନେମାଘରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।