fbpx

ହରମୋନ କାରଣରୁ ମହିଳାମାନେ ପାଲଟିଯାଆନ୍ତି କି ‘ଆଲଫା ଫିମେଲ’! ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

Advertisement

ଓଡ଼ିଶା ଭାସ୍କର: ଆନିମଲ ଫିଲ୍ମ ରିଲିଜ ହେବା ପରେ ‘ଆଲ୍ଫା ମେଲ’ ଶବ୍ଦ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । ତେବେ ଦର୍ଶକମାନଙ୍କୁ ମଧ୍ୟ ଏହା ବେଶ ପସନ୍ଦ ଆସୁଛି । ହେଲେ କେବେ ଭାବିଛନ୍ତି ଆଲ୍ଫା ମେଲ ପରି ଆଲ୍ଫା ଫିମେଲ ମଧ୍ୟ ଅଛନ୍ତି । ସେମାନଙ୍କୁ ନେଇ ବିଜ୍ଞାନ ମଧ୍ୟ ଅନେକ ପ୍ରକାର ଗବେଷଣା କରୁଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ କୁହାଯାଇଥାଏ ଆଲ୍ଫା ଫିମେଲ ଏବଂ କ’ଣ ରହିଛି ଏମାନଙ୍କର ବିଶେଷତା ।

ତେବେ ସେମାନେ ବେଶ ପ୍ରତିଭାଶାଳୀ ହେବା ସହିତ ଆତ୍ମବିଶ୍ୱାସୀ ମଧ୍ୟ ହୋଇଥାନ୍ତି । ପ୍ରାୟତଃ ଏହିପରି ମହିଳାମାନେ ଏକାକୀ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଅଧିକାଂଶ ସମୟ ସେମାନଙ୍କର ମନ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥାଏ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କର ଭଲ ଇମୋଶନାଲ ଇଣ୍ଟେଲିଜେନ୍ସ ମଧ୍ୟ ରହିଛି । ବିଭିନ୍ନ ପ୍ରକାରର ଲୋକମାନଙ୍କ ମଧ୍ୟରେ ରହିବା ସତ୍ତ୍ୱେ ମଧ୍ୟ ସେମାନେ ସେମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି ।
ତେବେ ଆଲ୍ଫା ଫିମେଲଙ୍କୁ ନେଇ ବୈଜ୍ଞାନିକମାନେ ଏକ ଷ୍ଟଡି କରିଥିଲେ । ତେବେ ଏହି ଷ୍ଟଡିରେ ସେମାନେ ସିମ୍ପାଞ୍ଜୀଙ୍କୁ ନେଇ ପରୀକ୍ଷା କରିଥିଲେ ।

ସେମାନଙ୍କ ମଧ୍ୟରେ ୧୭ ଅଲଗା ଅଲଗା ଗୁଣକୁ ନେଇ ପରୀକ୍ଷା କରାଯାଇଥିଲା । ଯାହା ମଧ୍ୟରେ ଆଇ କ୍ୟୁ, ନିଜର ମହତ୍ତ୍ୱ ବୁଝିବା, ଇ-କ୍ୟୁ ପରି ୧୭ଟି ଭିନ୍ନ ଭିନ୍ନ ବୈଶିଷ୍ଟ୍ୟକୁ ନେଇ ଏହା ପରୀକ୍ଷା କରାଯାଇଥିଲା । ତେବେ ଆଲ୍ଫା ଫିମେଲମାନେ ଅନ୍ୟମାନଙ୍କ ଠାରୁ ଅଲଗା ବୋଲି ଏହି ଷ୍ଟଡିରୁ ସ୍ପଷ୍ଟ ହୋଇଛି ।
ତେବେ ଅନ୍ୟ ଏକ ଷ୍ଟଡିରୁ ଏହା ସାମ୍ନାକୁ ଆସିଛି ଯେ ଆଲ୍ଫା ଫିମେଲମାନେ ବେଶ ସମ୍ବେଦନଶୀଳ ମଧ୍ୟ ହୋଇଥାନ୍ତି । ଏପରି ସ୍ଥିତିରେ ଯଦି ତାଙ୍କ ପରିବାର ସଦସ୍ୟ କିମ୍ବା ପ୍ରିୟଜନଙ୍କ ଉପରେ କୌଣସି ପ୍ରକାର ବିପଦ ଆସେ ତେବେ ସେମାନେ ଏହାକୁ ଠିକ କରିବାର ଦାୟିତ୍ୱ ନେବାରେ ହେଳା କରନ୍ତି ନାହିଁ ବୋଲି ଏହି ଷ୍ଟଡିରୁ ସ୍ପଷ୍ଟ ହୋଇଛି ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ କ’ଣ ହରମୋନ କାରଣରୁ ମହିଳାମାନଙ୍କ ମଧ୍ୟରେ ଏପରି ପରିବର୍ତ୍ତନ ଆସିଥାଏ? ତେବେ ଏ ନେଇ ନର୍ଥ ଆମେରିକାରେ ଏ ନେଇ ଏକ ଷ୍ଟଡି କରିଛନ୍ତି । ତେବେ ଏଥିରେ ସେମାନେ କିଛି ମହିଳାମାନଙ୍କୁ ନେଇ ସେମାନଙ୍କ ଉପରେ ପରୀକ୍ଷା କରିଥିଲେ । ତେବେ ଏଥିରୁ ମିଳିଥିବା ଫଳାଫଳ ବେଶ ଆଶ୍ଚର୍ଯ୍ୟଜନକ ଥିଲା । ତେବେ ଆଲ୍ଫା ଫିମେଲମାନଙ୍କ ମଧ୍ୟରେ ପୁରୁଷ ହରମୋନ ଅଧିକ ମାତ୍ରାରେ ଥିବା ଏହି ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା ।
ଏଥିପାଇଁ ପାଞ୍ଚଟି ହରମୋନର ପରୀକ୍ଷା କରାଯାଇଥିଲା – ଟେଷ୍ଟୋଷ୍ଟେରନ୍, କର୍ଟିସୋଲ୍, ଅକ୍ସିଟୋସିନ୍, ପ୍ରୋଜେଷ୍ଟେରନ୍ ଏବଂ ଏଷ୍ଟ୍ରାଡିୟଲ୍ । ତେବେ ଏହି ଆଲ୍ଫା ଫିମେଲମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟିରନ ମାତ୍ରା ଅଧିକ ରହିଥିବା କାରଣରୁ ଏପରି ପରିବର୍ତ୍ତନ ଆସିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.