fbpx

ଆମାଜନ ଜଙ୍ଗଲର ଜନଜାତି ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଇଲା ଷ୍ଟାରଲିଙ୍କ: ଲୋକମାନେ କିନ୍ତୁ ଅଶ୍ଲୀଳ ଭିଡିଓ ସହିତ ଜଡ଼ିତ ହେଉଛନ୍ତି

ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଜଙ୍ଗଲରେ ମାରୁବୋ ନାମକ ଏକ ଜନଜାତି ଏକାକୀ ବାସ କରୁଛନ୍ତି । ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଉକ୍ତ ଜନଜାତି ଅଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚାଇଥିଲା । ମାତ୍ର ଲୋକମାନେ ଏବେ ଅଶ୍ଲୀଳ ଭିଡିଓ ସହିତ ଜଡ଼ିତ ହେଉଥିବା ଦେଖାଯାଉଛି । ମାରୁବୋ ଆଦିବାସୀ ଶ୍ରେଣୀୟ ଲେକାମାନେ ଯୁବ ଜନଜାତିଙ୍କ ସହିତ ଆକ୍ରମଣାତ୍ମକ ଯୌନ ଆଚରଣ କରୁଥିବା ଖବର ସାମ୍ନାକୁ ଆସିଛି ।

ଆମାଜନ ଜଙ୍ଗଲରେ ବସବାସ କରୁଥିବା ମାରୁବୋ ଜନଜାତିର ଲୋକମାନେ ନିଜର ସଂସ୍କୃତିକୁ ବଜାୟ ରଖିବା ପାଇଁ ସର୍ବଦା ଏକାକୀ ରହିଥାନ୍ତି । ତେବେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଏହି ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଇବା ପରେ ଲୋକମାନେ ଏବେ ପର୍ଣ୍ଣୋଗ୍ରାଫି, ଭିଡିଓ ଗେମ୍ସ ଓ ହ୍ୱାଟସଆପରେ ଜଡ଼ିତ ରହୁଥିବା ଜଣାପଡ଼ିଛି । ୨ ହଜାର ମାରୁବୋ ଜନଜାତି ଏଲନ ମସ୍କଙ୍କ ବୈପ୍ଲବିକ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସର୍ଭସ ଜରିଆରେ ବିଶ୍ୱ ସହିତ ସଂଯୋଗ ସ୍ଥାପନ କରିବାର ସୌଭାଗ୍ୟ ଲାଭ କରିଥିଲେ ।

ଗତବର୍ଷ ସେପ୍ଟେମ୍ବର ମାସରେ ବ୍ରାଜିଲର ଆମାଜନ ଜଙ୍ଗଲରେ ଇଣ୍ଟରନେଟ ସେବାର ଶୁଭାରମ୍ଭ ହୋଇଥିଲା । ଜନଜାତି ଅଞ୍ଚଳରେ ଇଣ୍ଟରନେଟ ସଂଯୋଗ ହେବା ପରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ଇଣ୍ଟରନେଟ ସେବା ପହଞ୍ଚିବା ପରେ ନିଜର ଦୂର ସମ୍ପର୍କୀୟଙ୍କ ସହିତ ଭିଡିଓ ଚାଟ କରିବା ସମ୍ଭବ ହୋଇ ପାରୁଛି ବୋଲି ଜଣେ ୭୩ ବର୍ଷୀୟ ଦି ନ୍ୟୁ ୟର୍କ ଟାଇମ୍ସକୁ ସୂଚନା ଦେଇଥିଲେ । ମାତ୍ର ଏବେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି ଓ ଯୁବବର୍ଗମାନେ କ୍ରମଶଃ ଅଳସୁଆ ହୋଇଯାଉଛନ୍ତି ବୋଲି ସେ କହିଛନ୍ତି । ଇଣ୍ଟରନେଟ କିପରି ଜନଜାତିଙ୍କ ସଂସ୍କୃତିକୁ ପ୍ରଭାବିତ କରୁଛି ତାହା ଏବେ ସେମାନେ ହୃଦୟଙ୍ଗମ କରୁଛନ୍ତି । ଯୁବପୀଢ଼ି ଏବେ ଫୋନରେ ସେମାନଙ୍କର ବନ୍ଧୁଙ୍କ ସହିତ ଚାଟ କରିବା, ଖରାପ ସୂଚନା ଦେବା ଓ ଅଶ୍ଲୀଳତାକୁ ଆସେସ୍ କରିବାରେ ମଗ୍ନ କରୁଛନ୍ତି ।

Get real time updates directly on you device, subscribe now.