Secret Wedding କରିବେ ଜେଫ୍ ବେଜୋସ୍, ଖର୍ଚ୍ଚ ହେବ ୬,୦୦୦ କୋଟି

ନୂଆଦିଲ୍ଲୀ: ବିଲିଅନିୟାର ଜେଫ୍ ବେଜୋସ୍ ବିବାହ କରିବାକୁ ଯାଉଛନ୍ତି । ଅନଲାଇନ୍ ସପିଂ ଆପ୍ ଅମାଜନର ୬୦ ବର୍ଷୀୟ ମାଲିକଙ୍କର ଏହା ଦ୍ୱିତୀୟ ବିବାହ । ଏହି ବିବାହରେ ଖର୍ଚ୍ଚ ହେବ ୬୦୦ ମିଲିୟନ୍ ଡଲାର (୫୦୯୭ କୋଟି ) । ଜେଫ୍ ଏବଂ ଗାର୍ଲଫ୍ରେଣ୍ଡ ଲରେନ ସାନଚେଜଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ୨୦୨୩ରେ ଦୁହିଁଙ୍କର ନିର୍ବନ୍ଧ ହୋଇସାରିଛି । ଏହି ଗ୍ରାଣ୍ଡ ୱେଡିଂରେ ୧୮୦ ଜଣ ଅତିଥି ସାମିଲ ହେବାକୁ ଥିବାବେଳେ ଏକ ବଡ଼ ରେଷ୍ଟୁରାଣ୍ଟ ମାସୁହିସାରେ ଏ ନେଇ ପ୍ରସ୍ତୁତି କରାଯିବ । ୨୬ରୁ ୨୭ ପର୍ଯ୍ୟନ୍ତ ବିବାହ କାର୍ଯ୍ୟକ୍ରମ ହେବ । ୨ ଦିନଯାକ ଅତିଥିମାନଙ୍କୁ ସୁସ୍ୱାଦୁ ବ୍ୟଞ୍ଜନ ପରସାଯିବ । ତେବେ ବିବାହ ନେଇ ଜେଫଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ଗେଷ୍ଟଙ୍କ ରହଣୀ ପାଇଁ ଫାଇଭ ଷ୍ଟାର ହୋଟେଲ ଆସପେନ୍ ବୁକ୍ କରାସରିଛି । ଜେଫ୍ ନିଜ ବିବାହକୁ ଗୋପନ ରଖିବାକୁ ଚାହୁଁଛନ୍ତି ଯେଉଁ କାରଣରୁ ଜିନିଷ କିଣାକିଣି ସାଙ୍ଗକୁ ବିବାହ ଆୟୋଜନ ପାଇଁ ନିୟୋଜିତ ବ୍ୟକ୍ତିଙ୍କୁ ଏ ଖବର ସିକ୍ରେଟ୍ ରଖିବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି ।

ଜେଫ୍ ୧୯୯୩ରେ ମାକେନଜି ସ୍କଟ୍ଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ୨୦୧୯ରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା । ସେମାନଙ୍କର ପ୍ରେମ ବିବାହ ଥିଲା । ଦୁହେଁ ଅଲଗା ହେବାର କାରଣ କେବେ ଗଣମାଧ୍ୟମରେ କହିନାହାନ୍ତି । ସ୍କଟ୍ ଆମେରିକାର ସବୁଠୁ ଧନୀ ମହିଳାଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିବାବେଳେ ବିଶ୍ୱର ଧନୀ ମହିଳାଙ୍କ ତାଲିକାରେ ସେ ୩୮ତମ ସ୍ଥାନ ଅଧିକାର କରିଛନ୍ତି । ସ୍କଟ ପେଶାରେ ଜଣେ ନୋବେଲ ଲେଖିକା ଏବଂ ସମାଜସେବୀ ।