fbpx

Amazon Sale: ଏହି ସ୍ମାର୍ଟଫୋନରେ ମିଳୁଛି ଆକର୍ଷଣୀୟ ରିହାତି, ଦାମ୍ ୮ ହଜାରରୁ ବି କମ୍…

ନୂଆଦିଲ୍ଲୀ: ଆରମ୍ଭ ହୋଇଛି Amazon Great Indian Festival Sale । ସେଲରେ ବିଭିନ୍ନ ପ୍ରଡକ୍ଟ ଉପରେ ଆକର୍ଷଣୀୟ ଅଫର ଦିଆଯାଉଛି । ଏହା ସହ ଏସବିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ଅତିରିକ୍ତ ଡିସ୍କାଉଣ୍ଟ ମଧ୍ୟ ମିଳୁଛି । ତେବେ ଆଜି ଆମେ ଆପଣଙ୍କୁ ଏହିପରି ଏକ ଆକର୍ଷଣୀୟ ଡିଲ୍ ବିଷୟରେ କହିବାକୁ ଯାଉଛୁ । ପ୍ରକୃତରେ ଏହି ଡିଲ୍ Redmi Smartphone ଉପରେ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଡିଲ୍ ବିଷୟରେ ।

ଆମାଜନ ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍ ରେ Redmi 10A ଉପରେ ମିଳୁଛି ଆକର୍ଷଣୀୟ ଅଫର୍ । ସେଲରେ ଆପଣ ଏହି ଫୋନକୁ ୮୦୦୦ ରୁ କମ୍ ଦାମ୍ ରେ କିଣିପାରିବେ । ତେଣୁ ଯଦି ଆପଣ ବଜେଟ୍ ରେ କୌଣସି ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ହୋଇପାରେ । ତେବେ ଆମେ କହିବାକୁ ଯାଉଥିବା ଏହି ଅଫର ଫୋନର ୪+୬୪ ଜିବି ମଡେଲ ପାଇଁ ।

Redmi 10A ସ୍ମାର୍ଟଫୋନ୍ ଏକ ବଜେଟ୍ ଫୋନ୍ । ଫୋନରେ ଆପଣଙ୍କୁ ୪ ଜିବି ପର୍ଯ୍ୟନ୍ତ ରାମ୍ ଏବଂ ୬୪ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିଥାଏ । ଏଥିରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି । ଫୋନ୍ Octacore Helio G25 ପ୍ରୋସେସର ଦ୍ୱାରା ପରିଚାଳିତ । ଫୋନରେ 13MP ର ପ୍ରାଇମେରୀ କ୍ୟାମେରା ଏବଂ ଫ୍ରଣ୍ଟରେ 5MP କ୍ୟାମେରା ରହିଛି । ସେହିପରି ଫୋନରେ ଅନ୍ୟାନ୍ୟ ଫିଚର୍ସରେ ୩.୫ ଏମଏମ ଜ୍ୟାକ୍, ୱାଇଫାଇ, ବ୍ଲୁଟୁଥ୍, ଜିପିଏସ ଭଳି ତମାମ ଫିଚର୍ସ ଦେଖିବାକୁ ମିଳିଛି ।

 

ତେବେ ଏହି ୪+୬୪ ଜିବି ମଡେଲ ବର୍ତ୍ତମାନ ୮,୫୯୯ ଟଙ୍କା ରହିଛି । କିନ୍ତୁ ସେଲରେ ଆପଣଙ୍କୁ ୮୨୫ ଟଙ୍କାର ଡିସ୍କାଉଣ୍ଟ କୁପନ୍ ମିଳୁଛି । ଅର୍ଥାତ୍ ଆପଣ ଏହାକୁ ସହଜରେ ୭,୭୭୪ ଟଙ୍କାରେ କିଣିପାରିବେ । ଏହା ସହ ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡରେ ଅର୍ଡର କରୁଛନ୍ତି ତେବେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଡେବିଟ୍ କାର୍ଡରୁ ଅର୍ଡର କଲେ ୩୦୦ ଟଙ୍କାର ଅତିରିକ୍ତ ଡିସ୍କାଉଣ୍ଟ ମଧ୍ୟ ମିଳୁଛି । ଏହିପରି ଭାବରେ ଏହି ଫୋନ୍ କୁ ୬,୯୯୯ ଟଙ୍କାରେ କିଣିପାରିବେ ।

Get real time updates directly on you device, subscribe now.