fbpx

Amazon Payକୁ ମିଳିଲା Payment Aggregator ଲାଇସେନ୍ସ: ରିଜର୍ଭ ବ୍ୟାଙ୍କ ଦେଲା ଅନୁମତି

ନୂଆଦିଲ୍ଲୀ: ଇ-କମର୍ସ ଦୁନିଆର ବଡ଼ ଡିଲରଙ୍କ ମଧ୍ୟରେ ଖୁବ ଆଗରେ ରହିଛି ଆମାଜନ୍ । ଏହାର ଫାଇନାନ୍ସିଆଲ ଟେକନୋଲୋଜି ଡିଭିଜନ୍ ‘ଆମାଜନ୍ ପେ’କୁ ଏବେ ବଡ଼ ଉପହାର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ‘ଆମାଜନ୍ ପେ’କୁ ପେମେଣ୍ଟ ଆଗ୍ରିଗେଟର ଭାବରେ ଲାଇସେନ୍ସ ପ୍ରଦାନ କରିଛି ରିଜର୍ଭ ବ୍ୟାଙ୍କ । ଫେବୃଆରୀ ୨୦ ତାରିଖରେ ପେମେଣ୍ଟ ଆଗ୍ରିଗେଟର ଭାବେ କାର୍ଯ୍ୟ କରିବା ପାଇଁ ଏହି ପେମେଣ୍ଟ ଆପକୁ ଅନୁମୋଦନ ମିଳି ସାରିଛି । ଏହା ଆମାଜନ ମାଧ୍ୟମରେ ଡିଜିଟାଲ ମାର୍କେଟିଙ୍ଗକୁ ମଧ୍ୟ ସୁଗମ କରିଥାଏ ।

ଏ ନେଇ ଆମାଜନ ପେ ମୁଖପାତ୍ର କହିଛନ୍ତି ଯେ, “ଜୀବନକୁ ସରଳ କରିବା ସହ ବ୍ୟବସାୟୀ ତଥା ଗ୍ରାହକଙ୍କ ଇଚ୍ଛା ପୂରଣ କରିବାକୁ ଆମେ ପ୍ରତିବଦ୍ଧ ଅଟୁ। ଏହି ଲାଇସେନ୍ସ ଆମକୁ ଆମର ବିତରଣ ଚ୍ୟାନେଲଗୁଡ଼ିକୁ ଆହୁରି ମଜବୁତ କରିବାକୁ ତଥା ଆମର ବ୍ୟବସାୟୀ ଏବଂ ଗ୍ରାହକଙ୍କ ପାଇଁ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଅନୁମତି ଦେଇଥାଏ । ଏହାସହିତ ସେମାନଙ୍କୁ ସୁରକ୍ଷିତ ଏବଂ ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ ବୋଲି ଆମାଜନ ପେ’ ମୁଖପାତ୍ର କହିଛନ୍ତି ।

କମ୍ପାନୀ ପୂର୍ବରୁ ଏକ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ (PPI) ଲାଇସେନ୍ସ ହାସଲ କରିସାରିଛି । ଏହାକୁ ଆମାଜନ ପେ ବାଲାନ୍ସ: ଟଙ୍କା ପରି ୱାଲେଟ୍ ସେବା ପ୍ରଦାନ କରିବାକୁ ଅନୁମତି ଦେଇଥାଏ । ୨୦୨୪ ଆରମ୍ଭରୁ ମୋଟ ୧୦ ଟି କମ୍ପାନୀକୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। ଏଥିରେ ଖାଦ୍ୟ ଏଗ୍ରିଗେଟର୍ ଜୋମାଟୋ, ଜୁସପେ, ଡେସେଣ୍ଟ୍ରୋ, ମିସ୍ୱାଇପ୍, ଜୋହୋ, ଷ୍ଟ୍ରାଇପ୍ ଭଳି କମ୍ପାନୀ ସାମିଲ ରହିଛନ୍ତି । ପେମେଣ୍ଟ ଆଗ୍ରିଗେଟର ଲାଇସେନ୍ସ ଗ୍ରାହକଙ୍କଠାରୁ ଦେୟ ଉପକରଣ ଗ୍ରହଣ କରି ବ୍ୟବସାୟୀଙ୍କୁ (ଅନଲାଇନ୍ ବ୍ୟବସାୟ କିମ୍ବା ଇ-କମର୍ସ ଫାର୍ମ) ପେମେଣ୍ଟ ସର୍ଭିସ ପ୍ରଦାନ କରିବାକୁ କମ୍ପାନୀଗୁଡିକୁ ଅନୁମତି ଦେଇଥାଏ ।

Get real time updates directly on you device, subscribe now.