fbpx
BSKY SKY
BSKY SKY

ଗଗନଯାନ ମିଶନ ପାଇଁ ମହାକାଶଚାରୀଙ୍କ ନାଁ ଘୋଷଣା କଲା ISRO

BSKY

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ISRO । ଏପରି ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ISRO । ଆଜି କେରଳର ଥିରୁବନନ୍ଥପୁରମରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର(VSSC)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନଯାନ ମିଶନର ଅଗ୍ରଗତିର ସମୀକ୍ଷା କରିଥିଲେ । ଏହି ଅବସରରେ ଗଗନଯାନ ମିଶନରେ ମହାକାଶାକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି ।

ଏହି ଚାରି ଜଣ ମହାକାଶଚାରୀ ହେଉଛନ୍ତି ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣନ, ପ୍ରଶାନ୍ତ ବାଲକୃଷ୍ଣନ ନାୟର ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ଏମାନେ ହେଉଛନ୍ତି ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ପ୍ରଧାନମନ୍ତ୍ରୀ ଏହି ୪ ଜଣ ମହାକାଶଚାରୀଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗ୍ ପ୍ରଦାନ କରିଛନ୍ତି । ଏମାନେ ବେଙ୍ଗାଲୁରୁର ଜ୍ୟୋତିର୍ବିଜ୍ଞାନ ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି । ଏମାନେ ଦେଶର ସମସ୍ତ ପ୍ରକାର ଯୁଦ୍ଧ ବିମାନ ଉଡ଼ାଇସାରିଛନ୍ତି । ଏହା ସହ ରୁଷିଆରେ ଗୋଟିଏ ବର୍ଷ ପ୍ରଶୀକ୍ଷଣ ନେଇ ଭାରତ ଫେରିଛନ୍ତି । କହିରଖୁଛୁ ଗଗନଯାନ ମିଶନ ପାଇଁ ଅନେକ ସଂଖ୍ୟାରେ ପାଇଲଟଙ୍କ ଟେଷ୍ଟ ହୋଇଥିଲା । ଏହା ପରେ ୧୨ ଜଣଙ୍କୁ ଚୟନ କରାଯାଇଥିଲା । ଏହି ୧୨ ଜଣଙ୍କ ମଧ୍ୟରେ ଅନେକ ରାଉଣ୍ଡ ହୋଇଥିଲା । ପରେ ବାୟୁସେନା ଚାରି ଜଣ ପରୀକ୍ଷଣ ପାଇଲଟଙ୍କ ନାମ ଚୂଡ଼ାନ୍ତ କରିଥିଲା । ମିଶନର ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ମହାକାଶକୁ ପଠାଯିବ ନାହିଁ ।

Get real time updates directly on you device, subscribe now.