fbpx

BCCIର ବଡ଼ ନିଷ୍ପତ୍ତି! ଟେଷ୍ଟ ମ୍ୟାଚର ଫିସ୍ ବଢ଼ିବ, ବାର୍ଷିକ ଚୁକ୍ତି ସହିତ ଖେଳାଳିଙ୍କୁ ମିଳିବ ଅତିରିକ୍ତ ବୋନସ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ଦିନକୁ ଦିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପ୍ରତି ଖେଳାଳିମାନେ ଅଧିକ ଆକର୍ଷିତ ହେଉଥିବା ବେଳେ ଟେଷ୍ଟ କ୍ରିକେଟ ପ୍ରତି ଖେଳାଳିମାନେ ଦୂରେଇ ଯାଉଥିବା ଦେଖାଯାଉଛି । ଏପରିକି ଟେଷ୍ଟ ସବୁଠାରୁ ମୁସ୍କିଲ ଫର୍ମାଟ ହୋଇଥିବା ବେଳେ ଟେଷ୍ଟ କ୍ରିକେଟ ଖେଳିବା ନେଇ ଖେଳାଳିଙ୍କ ଠାରେ ଆଗ୍ରହ ନଥିବା ନେଇ ଅଧିନାୟକ ରୋହିତ ଶର୍ମା ବୟାନ ଦେଇଥିଲେ ।

ତେଣୁ ବିଭିନ୍ନ ଦିଗକୁ ବିଚାର କରି ଟେଷ୍ଟ କ୍ରିକେଟର ଉତଥାନ ପାଇଁ ବିସିସିଆଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଖୁବଶୀଘ୍ର ଟେଷ୍ଟ କ୍ରିକେଟରଙ୍କ ପାଇଁ ମ୍ୟାଚ ଫିସ୍ ବୃଦ୍ଧି ଘୋଷଣା ହୋଇପାରେ । ଖେଳାଳିଙ୍କୁ ବାର୍ଷିକ ଚୁକ୍ତି ଫିସ ସହିତ ଅତିରିକ୍ତ ବୋନସ୍ ମଧ୍ୟ ମିଳିବ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ ଖେଳୁଥିବା ଦେଶର ସମସ୍ତ ଖେଳାଳିଙ୍କ ପାଇଁ ଏହା ଲାଗୁ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଆଘାତ ଜନିତ କାରଣରୁ ଓ ଅନ୍ୟ କାରଣରୁ କିଛି ଖେଳାଳି ଗାଏବ୍ ହୋଇଯାଉଥିବା ବେଳେ ନିକଟରେ ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟରେ ଜିତିବା ପରେ ରୋହିତ ଏକ ବଡ଼ ବୟାନ ଦେଇଥିଲେ ।

Get real time updates directly on you device, subscribe now.