fbpx

ଏହି ୩ଟି କମ୍ପାନୀରେ ଆଜି ଖୋଲୁଛି IPO; ନିବେଶକଙ୍କୁ ମିଳିବ ବିପୁଳ ଲାଭ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆପଣ ଓଚଙରେ ନିବେଶ କରିବା ପାଇଁ IPO ଥିଲେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଫେବୃଆରୀ ୨୭ରୁ ୩ଟି କମ୍ପାନୀର IPO ଖୋଲିବାକୁ ଯାଉଛି । ଏହି କମ୍ପାନୀ ଗୁଡ଼ିକ ହେଲା ଏକ୍ସିକମ୍ ଟେଲି ସିଷ୍ଟମ ଲିମିଟେଡ୍‌, ପ୍ଲାଟିନମ୍ ଇଣ୍ଡଷ୍ଟ୍ରିଜ୍ ଏବଂ Purv Flexipack । ଏହି ସବୁ କମ୍ପାନୀରେ ନିବେଶ କରିବାକୁ ଚାହୁଁଥିଲେ ପ୍ରଥମେ ଡିଟେଲ୍ସ ବିଷୟରେ ଜାଣିନିଅନ୍ତୁ ।

୧. ଏକ୍ସିକମ୍ ଟେଲି ସିଷ୍ଟମ ଲିମିଟେଡ୍‌(Exicom Tele System Limited): EV ଚାର୍ଜର ନିର୍ମାଣ କରୁଥିବା ଏହି କମ୍ପାନୀରେ ଫେବୃଆରୀ ୨୭ରୁ ୨୯ ପର୍ଯ୍ୟନ୍ତ ନିବେଶ କରିପାରିବେ । କମ୍ପାନୀ ଏହି IPO ମାଧ୍ୟମରେ ମୋଟ୍ ୪୨୯ କୋଟି ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଛି । ଏହି ଆଇପିଓର ପ୍ରାଇସ୍ ବ୍ୟାଣ୍ଡ୍ ପ୍ରତି ଶେୟାର ପ୍ରତି ୧୩୫ରୁ ୧୪୨ ଟଙ୍କା ସ୍ଥିର କରାଯାଇଛି । ଏହି ଆଇପିଓରେ ୩୨୯ କୋଟି ଟଙ୍କାର ଫ୍ରେଶ୍ ଏବଂ ୧୦୦ କୋଟି ଟଙ୍କାର ଶେୟାର ଅଫର ଫର୍ ସେଲ୍ ମାଧ୍ୟମରେ ଜାରି କରାଯିବ । କମ୍ପାନୀରେ ଶେୟାର ଆଲଟମେଣ୍ଟ ମାର୍ଚ୍ଚ ୧ରେ ହେବାକୁ ଥିବା ବେଳେ ସଫଳ ନିବେଶକଙ୍କ ଡିମାଟ୍ ଖାତାରେ ମାର୍ଚ୍ଚ ୪ ସୁଦ୍ଧା ଶେୟାର ଟ୍ରାନ୍ସଫର କରାଯିବ ।

୨. ପ୍ଲାଟିନମ୍ ଇଣ୍ଡଷ୍ଟ୍ରିଜ୍ (Platinum Industries): ଏହି କମ୍ପାନୀ ଷ୍ଟାବଲାଇଜର ନିର୍ମାଣ କରିଥାଏ । ଏହି ଏହି IPO ମାଧ୍ୟମରେ କମ୍ପାନୀ ମୋଟ୍ ୨୩୫.୩୨ କୋଟି ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଛି । କମ୍ପାନୀ ଶେୟାରର ମୂଲ୍ୟ ବ୍ୟାଣ୍ଡ୍ ୧୬୨ ଟଙ୍କାରୁ ୧୭୧ ଟଙ୍କା ମଧ୍ୟରେ ସ୍ଥିର କରିଛି । ଏହି ସମସ୍ତ ଆଇପିଓ ଫ୍ରେଶ୍ ଶେୟାର ମାଧ୍ୟମରେ ଜାରି କରାଯିବ ଏବଂ ଏଥିରେ ଗୋଟିଏ ବି ଶେୟାର ଅଫର ଫର୍ ସେଲ୍ ରହିବ ନାହିଁ । ଫେବୃଆରୀ ୨୭ରୁ ୨୯ ପର୍ଯ୍ୟନ୍ତ ଏହି ଆଇପିଓରେ ନିବେଶ କରିପାରିବେ । BSE ଏବଂ NSE ଜରିଆରେ ମାର୍ଚ୍ଚ ୫ରେ ଶେୟାର ଲିଷ୍ଟିଂ ହେବ ।

୩.  Purv Flexipack: ଫେବୃଆରୀ ୨୭ରୁ ୨୯ ମଧ୍ୟରେ ଏହି ଆଇପିଓରେ ନିବେଶ କରିପାରିବେ । ଏହି ଆଇପିଓ ମାଧ୍ୟମରେ କମ୍ପାନୀ ୪୦.୨୧ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଚେଷ୍ଟା କରୁଛି । ଆଇପିଓର ମୂଲ୍ୟ ବ୍ୟାଣ୍ଡ୍ ୭୦ରୁ ୭୧ ଟଙ୍କା ସ୍ଥିର କରାଯାଇଛି । ମାର୍ଚ୍ଚ ୧କୁ କମ୍ପାନୀ ଶେୟାର ଆଲଟମେଣ୍ଟ ହେବାକୁଥିବା ବେଳେ ମାର୍ଚ୍ଚ ୫ରେ ଶେୟାର ଲିଷ୍ଟିଂ ହେବ । ସେହିପରି ମାର୍ଚ୍ଚ ୪ରେ ଡିମାଟ୍ ଖାତାରେ ଶେୟାର ଟ୍ରାନ୍ସଫର କରାଯିବ ।

Get real time updates directly on you device, subscribe now.