fbpx

ଦୁର୍ଘଟଣା ପରେ ପହଞ୍ଚିଲା ଆମ୍ବୁଲାନ୍ସ; ଡ୍ରାଇଭରଙ୍କୁ ମିଳିଲା ପୁଅ ଶବ

ନୂଆଦିଲ୍ଲୀ: ଜୀବନରେ ବେଳେ ବେଳେ ଏପରି କିଛି କଥା ଦେଖିବାକୁ ବା ଶୁଣିବାରୁ ମିଳିଥାଏ ଯାହାକି ଜୀବନର ଅର୍ଥକୁ ସମ୍ପୂର୍ଣ ଭାବରେ ବଦଳାଇ ଦିଏ । ଏପରି ମନେହୁଏ ଏ ଜୀବନ ସତେ ଯେପରି ପାଣି ଫଠକା ପରି , ଯାହା କ୍ଷଣିକ ମାତ୍ରକେ ନଷ୍ଟ ହୋଇଯିବ । ତେବେ ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଠି ଜଣେ ବାପା ସାମ୍ନାରେ ପଡିଛି ତା ପୁଅର ଶବ । ଆଉ ବାପା ଏହି କଥା ସେତେବେଳେ ଜାଣିଲେ ଯେତେବେଳେ ସେ ଆମ୍ବୁଲାନ୍ସ ନେଇ ସେଠାରେ ପହଞ୍ଚିଲେ । ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଇଣ୍ଡୋନେଶିଆର ବୋଲି ଜଣା ପଡିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଇଣ୍ଡୋନେଶିଆର ଏକ ସହରରେ ସଡକ ଦୁର୍ଘଟଣା ହୋଇଥିଲା । ଫଳରେ କେହି ଜଣେ ନିକଟସ୍ଥ ଚିକିତ୍ସାଳୟକୁ ଫୋନ କରିବା ସହ ଆମ୍ବୁଲାନ୍ସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବାକୁ କହିଥିଲେ । ତେବେ ଏହି ଦୁର୍ଘଟଣାର ଖବର ପାଇ ଆମ୍ବୁଲାନ୍ସ ଡ୍ରାଇଭର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

କିନ୍ତୁ ସେଠାରେ ସେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସତେ ଯେପରି ତାଙ୍କ ପାଦତଳୁ ମାଟି ଖସିପଡୁଛି , ଏପରି ତାଙ୍କୁ ଅନୁଭବ ହୋଇଥିଲା । ସେ ଏହି ଦୁର୍ଘଟଣା ଦେଖି ପ୍ରଥମେ କିଛି ବୁଝିପାରି ନଥିଲେ,କାରଣ ଦୁର୍ଘଟଣା ହୋଇଥିବା ସ୍ଥାନରେ ସେ ତାଙ୍କ ପୁଅଙ୍କ ଗାଡିଥିବା ଦେଖିବାକୁ ପାଇଥିଲେ । ଏତତ ବ୍ୟତୀତ ସେଠାରେ ଏକ ଶବକୁ କିଛି ଘେରି କିଛି ଲୋକ ମଧ୍ୟ ଛିଡା ହୋଇଥିଲେ। ଯେତେବେବେଳେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଶବକୁ ଦେଖିଲେ ସେ ନିଜକୁ ସମ୍ଭାଳିପାରି ନଥିଲେ । କାରଣ ସେ ନେବାକୁ ଆସିଥିବା ଶବଟି ଆଉ କାହାର ନୁହେଁ ବରଂ ତାଙ୍କ ପୁଅର ହିଁ ଥିଲା । ଯାହାର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ସେ ତାଙ୍କ ପୁଅର ଶବକୁ ଦେଖିବା ପରେ କଣ କରିବେ ଏବଂ ତାଙ୍କ ପରିବାର ଲୋକଙ୍କୁ କିପରି ବୁଝାଇବେ ତାହା ବୁଝିପାରି ନଥିଲେ । ତେବେ ଏହି ଘଟଣା ଜଣେ ବାପା ପାଇଁ କୌଣସି ଅଭିସାପ ଠାରୁ ମଧ୍ୟ କମ୍ ନୁହେଁ । କାରଣ ଯିଏ ପ୍ରତ୍ୟେକ ଦିନ ଅନେକ ଲୋକଙ୍କୁ ଆମ୍ବୁଲାନ୍ସ ଦ୍ୱାରା ମେଡିକାଲରେ ପହଞ୍ଚାଉଛି ଦିନେ ସେହି ଆମ୍ବୁଲାନ୍ସରେ ପୁଅର ଶବକୁ ଏପରି ଭାବରେ ନେବେ ବୋଲି କେବେ କଳ୍ପନା ବି କରି ନଥିଲେ ।

ତେବେ ରିପୋର୍ଟ, ଅନୁଯାୟୀ ଏହି ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଏକ ମେଡିକାଲ ସଂସ୍ଥାରେ ଡ୍ରାଇଭରର କାମ କରନ୍ତି । ତେବେ ଏହି ଡ୍ରାଇଭରଙ୍କୁ ଏକ ସଡକ ଦୁର୍ଘଟଣା ନେଇ ଏକ ଏମର୍ଜିନ୍ସ କଲ ଆସିଥିଲା । ଯାହାପରେ ସେ ତୁରନ୍ତ ଦୁର୍ଘଟଣା ହୋଇଥିବା ସ୍ଥାନରେ ପହଞ୍ଚିଥିଲେ । କିନ୍ତୁ ସେ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ପ୍ରଥମେ ସେ ତାଙ୍କ ପୁଅର ବାଇକୁ ଚିହ୍ନିଥିଲେ । ଏହାପରେ ସେ ତାଙ୍କ ପୁଅର ଶବକୁ ମଧ୍ୟ ଚିହ୍ନଟ କରିଥିଲେ ।

Get real time updates directly on you device, subscribe now.