fbpx

ମିଳିଲାନି ଆମ୍ବୁଲାନ୍ସ, ଆଖିରେ ଲୁହ କାନ୍ଧରେ ନିରୀହ ଶିଶୁର ମୃତଦେହ ଧରି ଘରକୁ ଫେରିଲେ ମହିଳା

ନୂଆଦିଲ୍ଲୀ: ଓଃ କି କରୁଣ ଏ ଦୃଶ୍ୟ। ଧିକ୍ ଏ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଶେଷରେ ଚିରନିଦ୍ରାରେ ଶୋଇ ଯାଇଥିବା ୫ ବର୍ଷୀୟ ପୁଅକୁ ଜନ୍ମକଲା ମାଆ ନିଜ କାନ୍ଧରେ ନେଇ ଘରକୁ ଫେରିଛି। ସରକାର ବଡ଼ବଡ଼ ଘୋଷଣା କରି ପ୍ରତି ନିର୍ବାଚନ ପୁର୍ବରୁ ବାହାବାଃ ଗୋଟାଇ ଚାଲନ୍ତି। ସ୍ୱାସ୍ଥ୍ୟ ସୁବିଧା ତଥା ଗରିବ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି, କିନ୍ତୁ ଏହାର ପ୍ରଭାବ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳୁନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାଶୀପୁରରେ।

ସୋମବାର ଉତ୍ତରପ୍ରଦେଶର କାଶୀପୁରରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା,ଯେଉଁଥିରେ ଜଣେ ମାଆ ନିଜ ପୁଅର ଶବକୁ କାନ୍ଧରେ ବୋହି ନେଉଥିବାର ଚିତ୍ର ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ତେବେ ଏହି ଘଟଣା ବିଷୟରେ ଜଣଅପଡିବା ପରେ ଅଧିକାରୀମାନେ ବର୍ତ୍ତମାନ ତଦନ୍ତ କରିବାକୁ ନିର୍ଦ୍ଦେଶା ଦେଇଛନ୍ତି। ଏହି ମାମଲା କୁଶୀନଗର ଅଞ୍ଚଳ ତମକୁହିରାଜ ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଟେ। ତାମ୍କୁହିରାଜ୍ ର ୱାହାବ ଅନସାରୀଙ୍କ ୫ ବର୍ଷୀୟ ନୁର ମହମ୍ମଦ ଖେଳୁଥିବା ସମୟରେ ବିଦ୍ୟୁତ୍ ତାର ସମ୍ପର୍କରେ ଆସିଥିଲେ। ଏହାପରେ ମହିଳା ଜଣକ ତୁରନ୍ତ ଶିଶୁଟିକୁ ନେଇ ସରକାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଧ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ପୁଅର ମୃତ୍ୟୁ ଖବର ପାଇବା ପରେ ଅସହାୟ ମା’ ଜଣକ ମେଡିକାଲ କର୍ମଚାରୀଙ୍କୁ ଶିଶୁଟିକୁ ଘରକୁ ନେବାରେ ସାହାଯ୍ୟ କରିବାକୁ କହିଥିଲେ। ଏହାପରେ ସେ ନିଜେ କାନ୍ଧରେ ଶିଶୁଟିକୁ ନେଇ ଘରକୁ ଚାଲିଯାଇଥିଲେ। କୁହାଯାଉଛି କି ଶବ ନେଇଯିବା ପାଇଁ ମେଡିକାଲେ କୌଣସି ଆମ୍ବୁଲାନ୍ସ ନଥିଲା। ଏହାପରେ ମହିଳା ଜଣକ ଶିଶୁଟିକୁ ବାଇକ୍‌ରେ ନେଇ ଘରକୁ ଯାଇଥିଲେ।

Get real time updates directly on you device, subscribe now.