fbpx

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ଆଇନରେ ସଂଶୋଧନ ହୋଇଛି । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ଦଳବଦଳ ନିରୋଧ ଆଇନ ଲାଗୁ ହେବ । ନିର୍ବାଚନ ବେଳେ ରାଜନୈତିକ ଦଳ ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରିବେ । ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାମ ଦେବ । ଭୋଟିଂ ବେଳେ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍ ଦେବେ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ଦେଖିବାକୁ ମିଳିଥିଲା । ମୋଟ ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ବୁଥରେ ରି-ପୋଲ ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ପୁରୀ ଓ ଭଦ୍ରକରେ ୫ ଲେଖାଏଁ, ଢେଙ୍କାନାଳରେ ୪ ବୁଥରେ ରି-ପୋଲ୍ ପ୍ରସ୍ତାବ ଦିଆଯାଇଛି । ଏନେଇ ଜିଲ୍ଲାପାଳମାନଙ୍କଠାରୁ ନିର୍ବାଚନ କମିଶନରଙ୍କ ପାଖକୁ ପ୍ରସ୍ତାବ ଆସିଛି । ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ନିଷ୍ପତ୍ତି ନେବେ । ପୁନଃ ମତଦାନ ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ୨ୟ ପର୍ଯ୍ୟାୟରେ ୨୦,୪୩୬ ବୁଥରେ ହେବ ନିର୍ବାଚନ। ସେଥିରୁ ୩ହଜାର ୬୫ବୁଥ ସମ୍ବେଦନଶୀଳ । ୨ୟ ପର୍ଯ୍ୟାୟ ମତଦାନ ପାଇଁ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି। ଆଇନଶୃଙ୍ଖଳା ରକ୍ଷା ପାଇଁ DGPଙ୍କୁ ନିର୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.