ନୂଆଦିଲ୍ଲୀ: ଆମେରିକୀୟ ବ୍ୟବସାୟୀ ଏଲୋନ ମସ୍କ କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିଥିଲେ ଏବଂ ତା’ପରେ ଏହାର ନାମ ପରିବର୍ତ୍ତନ କରି ‘ଏକ୍ସ’ ରଖିଥିଲେ । ମସ୍କ ପରିଚାଳନା ଦାୟିତ୍ୱ ନେବା ମାତ୍ରେ ସେ ଅନେକ ପରିବର୍ତ୍ତନ କରିଥିଲେ ଏବଂ ବ୍ଲୁ ଟିକ୍ ପାଇଁ ଲୋକଙ୍କଠାରୁ ଫି ଆଦାୟ କରାଯାଇଥିଲା । ଏବେ ମସ୍କ ‘ଏକ୍ସ’କୁ ମଧ୍ୟ ବିକ୍ରି କରିଦେଇଛନ୍ତି ।
ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ, କାରଣ ଏଥର ଏକ୍ସ’କୁ ଅନ୍ୟ କେହି ନୁହେଁ ବରଂ ମସ୍କଙ୍କ ଅନ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କମ୍ପାନୀ ଏକ୍ସଏଆଇ କିଣିଛି । ଏହି ଚୁକ୍ତି ୩୩ ବିଲିୟନ ଡଲାରରେ ହୋଇଛି । ଭାରତୀୟ ମୁଦ୍ରାରେ ଏହି ପରିମାଣ ୨ ଲକ୍ଷ ୮୨ ହଜାର କୋଟି ଟଙ୍କାରୁ ଅଧିକ ।
ଏହି ଟେକ-ଓଭରର ଲକ୍ଷ୍ୟ ହେଉଛି ଏକ୍ସଏଆଇର ଏଆଇ ଇଣ୍ଟେଲିଜେନ୍ସିକୁ ଏକ୍ସ’ର ବ୍ୟାପକ ପହଞ୍ଚ ସହିତ ମିଶ୍ରଣ କରିବା । ମସ୍କ ଏକ୍ସଏଆଇର ମୂଲ୍ୟ ଽ୮୦ ବିଲିୟନ ଏବଂ ଏକ୍ସର ମୂଲ୍ୟ ଽ୩୩ ବିଲିୟନ ବୋଲି ଦର୍ଶାଇଛନ୍ତି । ମସ୍କଙ୍କ ପୋର୍ଟଫୋଲିଓରେ ପୂର୍ବରୁ ଟେସଲା ଏବଂ ସ୍ପେସଏକ୍ସ ଭଳି ଜଣାଶୁଣା କମ୍ପାନୀ ସାମିଲ ଅଛି । ନିକଟରେ ଏକ୍ସ ଏହାର ନୂଆ ଏଆଇ ମଡେଲ୍ ଗ୍ରୋକ୍ ଲଞ୍ଚ କରିଛି ।