ଅଙ୍ଗଦାନ ଅସ୍ତ୍ରୋପଚାର ପୂର୍ବରୁ ଘଟିଲା ଚମତ୍କାର; କୋମାରୁ ଉଠି ବସିଲେ ମହିଳା, ଯମଦ୍ବାରରୁ ଫେରିଲା ଜୀବନ
ଜଣେ ମହିଳାଙ୍କ ଅଙ୍ଗଦାନ ଅସ୍ତ୍ରୋପଚାରର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି ଘଟିଥିଲା, ଯାହା ଦେଖି ଡାରକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ବନ୍ଦ ହେଲା ଅପରେସନ ।
ୱାଶିଂଟନ: ବେଳେ ବେଳେ କିଛି ଏମିତି ଘଟଣା ଘଟେ, ଯାହା କିଛି ଚମତ୍କାରଠୁ କମ ନୁହେଁ । ଆମେରିକାରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଅଙ୍ଗଦାନ ଅସ୍ତ୍ରୋପଚାରର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି ଘଟିଥିଲା, ଯାହା ଦେଖି ଡାରକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ ।
2022 ମସିହାରେ, ନ୍ୟୁ ମେକ୍ସିକୋର ଆଲବୁକର୍କ ସ୍ଥିତ ପ୍ରେସ୍ବିଟେରିଆନ୍ ହସ୍ପିଟାଲରେ ଜଣେ 38 ବର୍ଷୀୟା ମହିଳା ଡାନେଲା ଗାଲେଗୋସଙ୍କ ଏକ ଅଜଣା ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି ପରେ ସେ କୋମାକୁ ଚାଲିଯାଇଥିଲେ। ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ତାଙ୍କ ପରିବାରକୁ କହିଥିଲେ ଯେ ତାଙ୍କର ସୁସ୍ଥ ହେବା ସମ୍ଭାବନା କମ୍ । ଯାହା ପରେ ସେ ନ୍ୟୁ ମେକ୍ସିକୋ ଡୋନର ସର୍ଭିସେସ୍ ମାଧ୍ୟମରେ ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ।
ମହିଳାଙ୍କ ଆଖିରେ ଲୁହ ଦେଖାଗଲା
ଅଙ୍ଗଦାନ ଅସ୍ତ୍ରୋପଚାର ବିଷୟରେ ଆଲୋଚନା ଆରମ୍ଭ ହେବା ମାତ୍ରେ ମହିଳାଙ୍କ ଆଖିରେ ଲୁହ ଦେଖିଥିଲେ ତାଙ୍କ ପରିବାର ଲୋକେ । ଏପରିକି ଅସ୍ତ୍ରୋପଚାର ଦିନ, ଗାଲେଗୋସଙ୍କ ଭଉଣୀଙ୍କ ମଧ୍ୟରୁ ଜଣେ ତାଙ୍କ ଆଖିରେ ଗତି ମଧ୍ୟ ଦେଖିଥିଲେ। ତା’ପରେ ଜଣେ ଡାକ୍ତର ଗାଲେଗୋସଙ୍କୁ ଆଖି ମାରିବାକୁ କହିଥିଲେ ଏବଂ ସେ ତାହା କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଜୀବିତ ଅଛନ୍ତି ।
ଡାକ୍ତରମାନେ ମତ ଦେଇଥିଲେ
ଏସବୁ ହେବା ପରେ ମଧ୍ୟ, ହସ୍ପିଟାଲ କର୍ମଚାରୀଙ୍କୁ ଆଗକୁ ବଢ଼ିବାକୁ ଚାପ ପକାଇଥିଲେ ଡୋନେସନ କୋର୍ଡିନେଟର୍ସ । ଏବଂ ଗତିବିଧି ହ୍ରାସ କରିବା ପାଇଁ ମର୍ଫିନ୍ ଦେବାକୁ ପରାମର୍ଶ ଦେଇଥିଲେ। ସୌଭାଗ୍ୟବଶତଃ, ଡାକ୍ତରମାନେ ମନା କରିଦେଇଥିଲେ ଏବଂ ଅସ୍ତ୍ରୋପଚାର ବନ୍ଦ କରାଯାଇଥିଲା । ଏକ ନିଷ୍ପତ୍ତି ଯାହା ଗାଲେଗୋସଙ୍କ ଜୀବନ ବଞ୍ଚାଇ ଦେଇଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।
ଡାନେଲା ଗାଲେଗୋସ କ’ଣ କହିଲେ?
ମହିଳା ଜଣକ ସୁସ୍ଥ ହୋ ପରେ ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗରେ ଏକ ଅଭିଯୋଗ ଦାଖଲ କରିଥିଲେ । ଯାହା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ସେପଟେ ଦାନ ପ୍ରକ୍ରିୟା ପାଇଁ ନ୍ୟୁ ମେକ୍ସିକୋ ଡୋନର ସର୍ଭିସେସ୍ ଦାୟୀ ବୋଲି କହିଛି ହସ୍ପିଟାଲ ।