fbpx

ଭାରତରେ CAA ଲାଗୁ ହେବାରୁ ମୋଦୀଙ୍କ ପ୍ରଶଂସା କଲେ ଆମେରିକାର ଗାୟିକା ମେରି ମିଲବେନ, କହିଲେ – ‘ଏହା ଶାନ୍ତିର ମାର୍ଗ’

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ସରଗରମ ମଧ୍ୟରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସାରା ଦେଶରେ ଲାଗୁ କରାଯାଇଛି । କେନ୍ଦ୍ର ସରକାର ଆଣିଥିବା ଏହି ଆଇନ ଯୋଗୁଁ ଦେଶର କେତେକ ସ୍ଥାନରେ ଉତ୍ସବ ତ ଆଉ କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏହାରି ମଧ୍ୟରେ ଆମେରିକୀୟ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ମଧ୍ୟ ସିଏଏକୁ ସମର୍ଥନ କରିଛନ୍ତି । ଗାୟକ ମେରି ମିଲବେନ ସୋସିଆଲ ମିଡିଆରେ ଭାରତର ନାଗରିକତ୍ୱ ସଂଶୋଧନ ଆଇନ ସମ୍ବନ୍ଧରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ତେବେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଖ୍ରୀଷ୍ଟିଆନ, ନିର୍ଯାତିତ ଅଣ ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଥିବାରୁ ମିଲବେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ମେରି ଲେଖିଛନ୍ତି, ‘ଏହା ଶାନ୍ତିର ଆଉ ଏକ ମାର୍ଗ ହେବା ସହ ଗଣତନ୍ତ୍ରର ପ୍ରକୃତ କାର୍ଯ୍ୟ’ । ସେ ଲେଖିଛନ୍ତି, ‘ଜଣେ ଖ୍ରୀଷ୍ଟିଆନ, ଆସ୍ଥାବାଦୀ ମହିଳା ତଥା ଧାର୍ମିକ ସ୍ୱାଧୀନତାର ଓକିଲ ଭାବରେ ମୁଁ ଆଜି ସିଏଏକୁ ଲଙ୍କଜ୍ଞର କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ପ୍ରଶଂସା କରୁଛି ।

ତେବେ ଏହା ବିଜେପିର ୨୦୧୯ ଲୋକସଭା ନିର୍ବାଚନ ଘୋଷଣାପତ୍ରର ଏକ ଅଂଶ । ଏହି ନିୟମ ପଡୋଶୀ ଦେଶରେ ରହୁଥିବା ଧାର୍ମିକ ନିର୍ଯାତନାର ଶିକାର ହୋଇଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସୀ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାରେ ସକ୍ଷମ ହେବ । ସିଏଏର ଲାଭ ସେହିମାନେ ଉଠାଇପାରିବେ, ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିଲେ ।

Get real time updates directly on you device, subscribe now.