fbpx

କରୋନାର ଭୟଙ୍କର ସ୍ଥିତି: ରାଜଧାନୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ, ଜାଣନ୍ତୁ କ’ଣ ରହିଛି କଟକଣା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସହିତ ଓମିକ୍ରନ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଖୋଦ୍ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ କରୋନାର ଶିକାର ହୋଇଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । କୋଭିଡ ସଂକ୍ରମଣ ବଢ଼ି ଚାଲିଥିବାରୁ ସପ୍ତାହାନ୍ତ କର୍ଫ୍ୟୁ ଜାରି ହୋଇଛି । ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି । ଶୁକ୍ରବାର ରାତି ୧୦ଟାରୁ ସୋବମାର ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନର ଅବଧି ରହିବ । ସପ୍ତାହାନ୍ତ ସଟଡାଉନ୍ ସହ ଆଉ କିଛି କଟକଣା ଲାଗୁ ହୋଇଛି ।

ଦିଲ୍ଲୀରେ କରୋନା ମାମଲାକୁ ଦେଖି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସପ୍ତାହାନ୍ତ କର୍ଫ୍ୟୁକୁ ନେଇ ନିଷ୍ପତ୍ତି ନିଆଯାଇଛି । କଟକଣା ମୁତାବକ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବେସରକାରୀ ଅଫିସ । ବାକି ୫୦% କର୍ମଚାରୀ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରୀ ସେବାରେ କାମ କରୁଥିବା ଲୋକମାନଙ୍କୁ ଏଥିରେ ଛାଡ ଦିଆଯିବ । କରୋନା ଯୋଗୁଁ ଦିଲ୍ଲୀ ଏମ୍ସରେ ଶୀତଋତୁରେ ଥିବା ଛୁଟିକୁ ବି ବାତିଲ କରାଯାଇଛି । ଏମ୍ସର ସମସ୍ତ କର୍ମଚାରୀ ଖୁବଶୀଘ୍ର ନିଜ ଡ୍ୟୁଟିରେ ଫେରିବାକୁ ନିର୍ଦ୍ଦେଶ ନିଆଯାଇଛି ।

Get real time updates directly on you device, subscribe now.