ସତ କହିଲେ ଆମିର… ବାରମ୍ବାର ପ୍ରେମରେ ପଡ଼ିଚାଲିଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ
ସ୍ୱାଧୀନତା ସଂଗ୍ରାମୀଙ୍କ ନାତୁଣୀକୁ ଡେଟ୍ କରୁଛନ୍ତି ଆମିର । ବର୍ଷେ ହେବ ରହୁଛନ୍ତି ଏକାଠି ।
ମୁମ୍ବାଇ: ବଲିଉଡର ନାମକରା ଅଭିନେତା ଆମିର ଖାନ୍ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ପୁଣି ସମାନ ବିଷୟ ବସ୍ତୁ ପ୍ରେମ । ଆଜ୍ଞା ହଁ… ଆମିର ଖାନ୍ ପାଖାପାଖି ବର୍ଷେ ହେବ ପଡ଼ିଛନ୍ତି ଜଣେ ଯୁବତୀଙ୍କ ପ୍ରେମରେ ।
ରହୁଛନ୍ତି ଏକାଠି: ଗୋଟିଏ ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ହେଲେ ଆମିର ଓ ତାଙ୍କ ଗାର୍ଲଫ୍ରେଣ୍ଡ ପରସ୍ପରକୁ ୨୫ ବର୍ଷ ହେଲା ପରିଚିତ । ଗୌରୀ ସ୍ପରାତ ହେଉଛନ୍ତି ଆମିରଙ୍କ ବନ୍ଧୁ । ସେ ବାଙ୍ଗାଲୁରୁରେ ରୁହନ୍ତି । କିନ୍ତୁ କିଛିଦିନ ହେବ ସେ ଆମିରଙ୍କ ପ୍ରଡକ୍ସନ ବ୍ୟାନରେ କାମ କରୁଥିବା ସୁପରଷ୍ଟାର କହିଛନ୍ତି ।
ଖାଲି ଡେଟ୍ ନୁହେଁ, ଆମିର ଗୌରୀଙ୍କ ସହ ରହୁଛନ୍ତି ମଧ୍ୟ । ଗୌରୀଙ୍କର ୬ ବର୍ଷର ଗୋଟିଏ ପୁଅ ଅଛି । ନିକଟରେ ଆମିର ଗୌରୀଙ୍କ ପରିବାର ଲୋକଙ୍କୁ ମଦ୍ୟ ଭେଟ କରିଛନ୍ତି । ତେବେ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଗୌରୀଙ୍କ ପରିବାର ବେଶ୍ ଖୁସି ଅଛନ୍ତି ବୋଲି ଆମିର କହିଛନ୍ତି ।
ସମସ୍ତେ ଖୁସି: ଗୌରୀ ଜେଜେ ଜଣେ ସ୍ୱାଧୀନତା ସଂଗ୍ରାମୀ । ନିଜର ୬୦ତମ ଜନ୍ମଦିନ ଅବସରରେ ଆମିର କିଛି ବନ୍ଧୁ ଓ ପରିବାର ଲୋକଙ୍କୁ ଡିନର ପାର୍ଟି ପାଇଁ ଇନଭାଇଟ୍ କରିିଥିଲେ । ଯେଉଁଥିରେ ସଲମାନ ଏବଂ ଶାହାରୁଖ ମଧ୍ୟ ସାମିଲ ହୋଇଥିଲେ । ଆମନ୍ତ୍ରିତ ଅତିଥି ସବୁ ଗୌରୀଙ୍କ ସହ ଭେଟ କରିଥିବା ଆମିର କହିଛନ୍ତି ।
ବଲିଉଡ୍ ସୁପରଷ୍ଟାର ଆମିର ଫିଲ୍ମ ମେକର ପତ୍ନୀ କିରଣ ରାଓଙ୍କଠାରୁ ୨୦୨୧ରେ ଅଲଗା ହୋଇଥିଲେ । ପୂର୍ବରୁ ରୀନା ଦତ୍ତାଙ୍କୁ ଆମିର ପ୍ରଥମ ବିବାହ କରିଥିଲେ ।