ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ବିଜେପିର ଘୋଷଣା ପତ୍ର ଜାରି କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ବିଜେପି ଝାଡ଼ଖଣ୍ଡରେ କୁଶାସନ-ଦୁର୍ନୀତିର ଶେଷ କରିବେ ଏବଂ ମାଟି, ବେଟି ଏବଂ ରୋଟିର ସୁରକ୍ଷା କରିବେ। ରାଲିକୁ ସମ୍ବୋଧିତ କରି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଝାଡ଼ଖଣ୍ଡରେ ୟୁସିସି ଅବଶ୍ୟ ଲାଗୁ ହେବ।
ୟୁସିସିର ଦାବି କରି ଗୃହ ମନ୍ତ୍ରୀ କହିଛନ୍ତି ଯେ, ସାନ୍ଥାଳୀ ଜନଜାତିରେ ଆଦିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି। ସେମାନଙ୍କ ଜମି ହଡପ କରାଯାଉଛି। ଭାରତୀୟ ଜନତା ପାର୍ଟୀ ମାଟି, ବେଟି ଏବଂ ରୋଟିର ସୁରକ୍ଷା ସ୍ଲୋଗାନରେ ଆଗେଇ ଚାଲିଛି। ସେ କହିଛନ୍ତି ଯେ, ହେମନ୍ତ ସରକାରରେ ମହିଳାମାନଙ୍କୁ ନିର୍ଯାତନାର ସମସ୍ତ ରେକର୍ଡ ଭାଙ୍ଗିଯାଇଛି। ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ମହିଳାମାନଙ୍କ ଅପହରଣରେ ଝାଡ଼ଖଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି, ଦୁଷ୍କର୍ମ ମାମଲାରେ ୪୨ ପ୍ରତିଶତର ବୃଦ୍ଧି ହୋଇଛି। ହେମନ୍ତ ସୋରେନ ମହିଳାମାନଙ୍କ ସୁରକ୍ଷା ଦେବାକୁ ଅସଫଳ ରହିଛି।