ଅମିତ ଶାହ କେମିତି ହ୍ରାସ କଲେ ଓଜନ, ସମସ୍ତଙ୍କ ସାମ୍ନାରେ ସେୟାର କଲେ ୱେଟ ଲସ୍ ଜର୍ଣ୍ଣି
ଗୃହ ମନ୍ତ୍ରୀ ଅମିତଶାହ ୱାଲର୍ଡ ଲିଭର ଡେ ରେ ନିଜର ୱେଟ ଲସ ଜର୍ଣ୍ଣି ସେୟାର କରି ଯୁବକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇଛନ୍ତି
ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ୱାଲର୍ଡ ଲିଭର ଡେ’ରେ ନିଜେ ୱେଟ ଲସ ଜର୍ଣ୍ଣି ସେୟାର କରିଛନ୍ତି ଏବଂ ଏଥିସହ ଦେଶର ଯୁବକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପ୍ରେରଣା ଦେଇଛନ୍ତି।
ଅମିତ ଶାହ କହିଛନ୍ତି ଯେ, କିପରି ସେ ନିଜ ଡାଏଟ ପରିବର୍ତ୍ତନ କଲେ, ଶୋଇବାର ଘଣ୍ଟାକୁ ବଢାଇଲେ ଏବଂ ପ୍ରତିଦିନ ଏକ୍ସରସାଇଜ କଲେ। ସେ କହିଛନ୍ତି ଯେ, ବିନା କୌଣସି ଔଷଧ ବା ଇନସ୍ୟୁଲିନରେ ସେ ସୁସ୍ଥ ଅଛନ୍ତି।
ଅମିତ ଶାହ ୨୦୨୦ରେ ନିଜ ୱେଟ ଲସ୍ ଜର୍ଣ୍ଣି ବିଷୟରେ କହିଛନ୍ତି। ସେ ଲୋକଙ୍କୁ ଏକ୍ସରସାଇଜ ଏବଂ ନୀଦକୁ ଗଭୀରତାର ସହ ନେବାକୁଅନୁରୋଧ କରିଛନ୍ତି।
ଶାହ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ନିଜ ଶରୀର ପାଇଁ ଦୁଇ ଘଣ୍ଟା ଏକ୍ସରସାଇଜ କରନ୍ତୁ ଏବଂ ନିଜ ମୁଣ୍ଡ ପାଇଁ ୬ ଘଣ୍ଟା ଶୁଅନ୍ତୁ। ସେ ନିଜ ଅନୁଭୂତିରୁ କହୁଛନ୍ତି ବୋଲି କହିଛନ୍ତି। ଗୃହ ମନ୍ତ୍ରୀ କହିଛନ୍ତି ଯେ, ଉଚିତ ମାତ୍ରାରେ ନୀଦ, ପାଣି, ଡାଏଟ୍ ଏବଂ ନିୟମିତ ଏକ୍ସରସାଇଜରେ ତାଙ୍କୁ ବହୁତ ଫାଇଦା ମିଳିଛି।