fbpx

ତେଲେଙ୍ଗାନା ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ବଡ ଘୋଷଣା, କହିଲେ କେଉଁ ଜାତି ହେବେ ବିଜେପି ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନା : ଆସନ୍ତା ମାସ ଶେଷରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ । ଏଠାରେ ପ୍ରତିଯୋଗିତା ସିଏମ କେସିଆର ର ବିଆରଏସ, କଂଗ୍ରେସ ଏବଂ ବିଜେପି ମଧ୍ୟରେ ହେବ । ସମସ୍ତ ଦଳ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆମେ ନିଷ୍ପତି ନେଇଛୁ ତେଲେଙ୍ଗାନାର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗର ହେବେ ।

ତେବେ କେନ୍ଦ୍ର ଗ୍ରୃହ ମନ୍ତ୍ରୀ ଅମିତ ଶାହା ତାଙ୍କ ଭାଷଣରେ କହିଥିଲେ ଭଗବାନ ରାମ ମଧ୍ୟ ୫୫୦ ବର୍ଷ ତମ୍ବୁ ଘରେ ରହୁଥିଲେ କିନ୍ତୁ ଏବେ ଏହା ଘୋଷଣା ହୋଇଛି ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କରାଯିବ । ଅମିତ ଶାହା ତାଙ୍କ ଭାଷଣରେ ବିରୋଧି ମାନଙ୍କୁ ଟାର୍ଗେଟ କରିଥିଲେ ।

ତେଲେଙ୍ଗାନାରେ ଏକ ରାଲିରେ କେନ୍ଦ୍ର ଗ୍ରୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ କେସିଆରା ଏବଂ କଂଗ୍ରେସ ଉପରେ ଅଧିକ ଟାର୍ଗେଟ କରିଥିଲେ । ସେ କହିଥିଲେ ବିଜେପିର ଲକ୍ଷ ହେଉଛି ଗରିବ କଲ୍ୟାଣ ଏବଂ କେସିଆର ଲକ୍ଷ ପରିବାର କଲ୍ୟାଣ । ତେବେ ପରିବାର କଲ୍ୟାଣରେ ବିଶ୍ୱାସ ରଖୁଥିବା ପାର୍ଟି କେବେ ବି ତେଲେଙ୍ଗାନାକୁ ଆଗକୁ ନେଇ ପରିବ ନାହିଁ । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଇଥିବା ଘୋଷଣା ଅନୁସାରେ , ତେଲେଙ୍ଗାନାରେ ୧୧୯ ବିଧାସଭା ଆସନ ପାଇଁ ୩୦ ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏବଂ ଡିସେମ୍ବର ୩ ରେ ଫଳାଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.