fbpx

ଫ୍ଲିପକାର୍ଟ ସେଲ୍‌ର ଆଡ୍‌ରେ ଅମିତାଭ ବଚ୍ଚନ କହିଲେ ମିଛ, ଲାଗିଲା ଏହି ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ:ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଆଗାମୀ ସପ୍ତାହରେ Big Billion Days  Sale ଆରମ୍ଭ ହେବାକୁ ଯାଉଛି । ଏଥିଲାଗି ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ତେବେ ଏହି ସେଲ୍ ଲାଗି ଏକ ବିଜ୍ଞାପନକୁ ନେଇ କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(CAIT) ଅମିତାଭ ବଚ୍ଚନଙ୍କ ବିରୁଦ୍ଧରେ ମିଛ କହିଥିବାର ଅଭିଯୋଗ ଆଣିଛି । ସୋସିଆଲ ମିଡିଆରେ ବି ଏହି ବିଜ୍ଞାପନକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି ।
(CAIT) ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିଜ୍ଞାପନରେ ମିଛ ଦାବୀ କରାଯାଇଥିବା ନେଇ ଅଭିଯୋଗ ଲଗାଇ ଏହି ସପିଂ ପ୍ଲାଟଫର୍ମ ଓ ଅଭିନେତା ଅମିତାଭ ବଚ୍ଚନଙ୍କ ବିରୁଦ୍ଧରେ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ଅଧିକାରୀ(CCPA)ଙ୍କ ନିକଟରେ ଅଭିଯୋଗ କରିଛି । ଅଭିଯୋଗ କରାଯାଇଛି ଯେ, ଫ୍ଲିପକାର୍ଟ ପକ୍ଷରୁ ଏକ ଭ୍ରମାତ୍ମକ ବିଜ୍ଞାପନ ଦେଖାଯାଉଛି ଯେଉଁଥିରେ ଅମିତାଭ ବଚ୍ଚନ ଭୁଲ୍ ଦାବୀ ସହିତ ଅଫଲାଇନ୍ ବ୍ୟବସାୟୀଙ୍କୁ ଛୋଟ କରିଦେଇଛନ୍ତି । ବିଜ୍ଞାପନରେ ଦାବୀ କରାଯାଉଛି ଯେ, କିଛି ସୁବିଧା ଗ୍ରାହକଙ୍କୁ କେବଳ ଫ୍ଲିପକାର୍ଟରେ ମିଳିବ ଓ ଏହା ଅଫଲାଇନ୍‌ରେ ମିଳିବ ନାହିଁ ।

CAITର ସଭାପତି ବିସି ଭାରତୀୟ ଓ ସାଧାରଣ ସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଫ୍ଲିପକାର୍ଟ ଭ୍ରମାତ୍ମକ ବିଜ୍ଞାପନ ଦେଖାଇବା ଓ ଏଥିଲାଗି ଅଭିନେତା ଅମିତାଭ ବଚ୍ଚନଙ୍କ ସାହାଯ୍ୟ ନେଇଥିବାରୁ କମ୍ପାନୀ ଉପରେ ବଡ ରକମର ଜୋରିମାନା ଲାଗିପାରେ । ଏହି ପ୍ରକାର ବିଜ୍ଞାପନ ଦ୍ୱାରା ଦେଶର ଛୋଟ ଦୋକାନୀଙ୍କ ଉପରେ ପ୍ରଭାବ ପଡିବ ଓ ସେମାନଙ୍କ ରୋଜଗାର ପ୍ରଭାବିତ ହେବ ।

Get real time updates directly on you device, subscribe now.