fbpx

ରାଶନ ମାର୍କେଟରେ ଏଣ୍ଟ୍ରି କଲା Amul: କମ୍ପାନୀ ଲଞ୍ଚ କଲା ଅର୍ଗାନିକ ଅଟା, ଖୁବଶୀଘ୍ର ଆସିବ ଆହୁରି ଅନେକ ପ୍ରଡକ୍ଟ

Advertisement

ନୂଆଦିଲ୍ଲୀ: ଦୁଧ, ଲହୁଣୀ ଓ ଆଇସକ୍ରିମ ପରି ଅନେକ ଦୁଗ୍ଧଜାତ ପ୍ରଡକ୍ଟ ବିକ୍ରି କରୁଥିବା ଅମୁଲକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଅମୁଲ ରାଶନ ମାର୍କେଟରେ ଏଣ୍ଟ୍ରି ମାରିଛି । ତେବେ ବର୍ତ୍ତମାନ ଅର୍ଗାନ ଫୁଡ ପ୍ରଡକ୍ଟ ଲଞ୍ଚ କରିବା ନେଇ କମ୍ପାନୀ ପ୍ଲାନିଂ କରୁଛି । ଏଥିପାଇଁ କମ୍ପାନୀ ନିଜର ଅମୁଲ ବ୍ରାଣ୍ଡର ଅର୍ଗାନିକ ଅଟା ଲଞ୍ଚ କରିଛି । ତେବେ ଆଗାମୀ ଦିନରେ କମ୍ପାନୀ ଆହୁରି ଅନେକ ପ୍ରଡକ୍ଟ ଲଞ୍ଚ କରିବ ବୋଲି ଜଣାପଡ଼ିଛି ।

ଗୁଜୁରାଟର କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଦେଶ ବିଦେଶରେ ନିଜର ଦୁଗ୍ଧଜାତ ପ୍ରଡକ୍ଟ ଅମୁଲ ବ୍ରାଣ୍ଡ ନାମରେ ବିକ୍ରି କରିଥାଏ । ଅମୁଲ ଏସିଆର ଏକ ସୁପର ବ୍ରାଣ୍ଡ ହୋଇଥିବାରୁ କମ୍ପାନୀ ଅମୁଲ ବ୍ରାଣ୍ଡ ନାମରେ ଅର୍ଗାନିକ୍ ଅଟା ଲଞ୍ଚ କରିଛି । ଅମୁଲ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏନେଇ ସୂଚନା ପ୍ରଦାନ କରିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ କ୍ରମେ କମ୍ପାନୀ ଅର୍ଗାନିକ ଗହମ ଅଟା ଲଞ୍ଚ କରିଥିବା ଅମୁଲ ପକ୍ଷରୁ କୁହାଯାଇଛି ।

ତେବେ ଜଣାପଡ଼ିଛି ଯେ, କମ୍ପାନୀ କିଷାନଙ୍କୁ ଶସ୍ତାରେ ଅଟା ଯୋଗାଇଦେବା ଲକ୍ଷ୍ୟରେ ଦେଶରେ ୫ଟି ଜୈବିକ ପରୀକ୍ଷଣ ପ୍ରୟୋଗଶାଳା ସ୍ଥାପନ କରିଛି । କମ୍ପାନୀ ଖୁବଶୀଘ୍ର ନିଜର ଅର୍ଗାନିକ ପୋର୍ଟଫୋଲିଓ ବିସ୍ତାର କରିବ । ଆଗକୁ କମ୍ପାନୀ ମୁଗ ଡାଲି, ତୁଅର ଡାଲି, ଚଣା ଡାଲି ଓ ବାସୁମତି ଚାଉଳ ମଧ୍ୟ ଲଞ୍ଚ କରିବେ । କମ୍ପାନୀ ଅର୍ଗାନିକ ଅଟାକୁ ଦୁଇଟି ପ୍ୟାକେଜିଂରେ ଲଞ୍ଚ କରିଛି । ଏକ କିଲୋ ଅଟାର ମୂଲ୍ୟ ୬୦ ଟଙ୍କା ଓ ୫ କିଲୋ ଅଟାର ଦାମ ୨୯୦ ଟଙ୍କା ରଖାଯାଇଛି ।

Get real time updates directly on you device, subscribe now.