ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଶୀତକାଳୀନ ଅଧିବେଶନ ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଏହା ପୂର୍ବରୁ ସରକାର ନଭେମ୍ବର ୨୪(ରବିବାର) ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।
ମଙ୍ଗଳବାର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆଗାମୀ ଶୀତକାଳୀନ ଅଧିବେଶନକୁ ଦୃଷ୍ଟିରେ ରଖି ୨୪ ନଭେମ୍ବର ସକାଳ ୧୧ଟାରେ ପାର୍ଲାମେଣ୍ଟ ହାଉସ ଆନେକ୍ସର ସେଣ୍ଟ୍ରାଲ ହଲରେ ସର୍ବଦଳୀୟ ବୈଠକ ହେବ ।’ କହିରଖୁଛୁ ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ଡକାଇବାର କାରଣ ହେଉଛି ବିରୋଧିଙ୍କୁ ବିଧାନସଭା ଏଜେଣ୍ଡା ବିଷୟରେ ଜଣାଇବା । ଏହା ବ୍ୟତୀତ ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ ।
The All Party Meeting will be held on 24th November at 11am in the Main Committee Room, Parliament House Annexe, in view of the coming Winter Session of Parliament.
— Kiren Rijiju (@KirenRijiju) November 19, 2024