fbpx

ପଞ୍ଜାବ ଭଠିଣ୍ଡାରେ ଜଣେ ସେନା ସହିଦ, ହଠାତ ଗୁଳି ବିନିମୟ ହେତୁ ଦୁର୍ଘଟଣା

Advertisement

ଭଠିଣ୍ଡା: ପଞ୍ଜାବର ଭଠିଣ୍ଡା ମିଲିଟାରୀ ଷ୍ଟେସନରେ ଏକ ସେନାଙ୍କର ଦେହାନ୍ତ ହୋଇଛି। ଭୁଲ୍‌ରେ ଗୁଳି ଚଳାଇବାରୁ ଏହି ଦୁର୍ଘଟଣା ଘଟିଥିବାର ଭଠିଣ୍ଡା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ସେନା ପୋଲିସକୁ ସୂଚନା ଦେଇଛନ୍ତି । ଏହାପୂର୍ବରୁ ବୁଧବାର ସକାଳେ ପଞ୍ଜାବର ଭଠିଣ୍ଡା ସ୍ଥିତ ସାମରିକ ଷ୍ଟେସନରେ ଗୁଳି ବିନିମୟରେ ୪ ଜଣ ସୈନିକଙ୍କ ଦେହାନ୍ତ ଘଟିଛି। ଘଟଣା ସ୍ଥଳରେ INSAS ରାଇଫଲ ଏବଂ କୁରାଢ଼ୀ ଥିବା ସହ ଦୁଇ ଜଣଙ୍କୁ ଖୋଜା ଚାଲିଛି।

ବୁଧବାର ସତର୍କ ସୂଚନା ଜାରି କରାଯିବା ପରେ ଏହାର ଅସ୍ତ୍ର ପ୍ରସ୍ତୁତ କରାଯାଉଥିଲା, ପରେ ଗୁଳି ଚଳାଇ ଦିଆଯାଇଥିଲା। ଏହି କାରଣରୁ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହା ମଧ୍ୟ କୁହାଯାଇଛି ଯେ, ପ୍ରାରମ୍ଭିକ ଅନୁସନ୍ଧାନରେ ଏହି ଦୁଇଟି ଘଟଣା ମଧ୍ୟରେ କୌଣସି ସମ୍ପର୍କ ନାହିଁ।

ପଞ୍ଜାବର ଭଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳି ଚଳାଇଥିବା ସନ୍ଦେହ କରାଯାଉଥିବା ଦୁଇଜଣ ମାସ୍କେଡ୍ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି। ଆର୍ମି ମେଜର ଏ ବାବଦରେ ଏଫ୍ଆଇଆର୍ ଦାଖଲ କରିଛନ୍ତି। ଏଫ୍ଆଇଆର୍ରେ କୁର୍ତ୍ତା ପାଇଜାମା ପିନ୍ଧିଥିବା ଦୁଇଜଣ ଆକ୍ରମଣକାରୀଙ୍କ ମୁହଁରେ ମାସ୍କ୍ ଥିବା ଉଲ୍ଲେଖ କରାଯାଇଛି। ନିଖୋଜ INSAS ରାଇଫଲ ମଧ୍ୟ ମିଳିଥିବା କୁହାଯାଇଛି। ପୋଲିସ କହିଛି ଯେ, ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨(ହତ୍ୟା) ଏବଂ ଭଠିଣ୍ଡା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନରେ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ, ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି।

Get real time updates directly on you device, subscribe now.