fbpx

ଭୂମିକମ୍ପ ଝଟକାରେ ଥରିଲା ଜାମ୍ମୁ-କାଶ୍ମୀର, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଶ୍ରୀନଗର: ଆଜି ସକାଳେ ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି। ନୂଆ ବର୍ଷର ଦ୍ୱିତୀୟ ଦିନରେ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ପୁଣି ଥରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସକାଳ ପ୍ରାୟ ୧୧.୩୩ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ୫ କିଲୋମିଟରରେ ଏହି ଭୂକମ୍ପର ଗଭୀରତା ରେକର୍ଡ କରାଯାଇଛି। ଜାମ୍ମୁ କାଶ୍ମୀରରେ ହୋଇଥିବା ଏହି ଭୂକମ୍ପର ପ୍ରଭାବ କାଟ୍ରା, ଜାମ୍ମୁ, ରେସି, ସାମ୍ବା ଏବଂ ଉଦ୍ଧାମପୁରରେ ମଧ୍ୟ ଅନୁଭୂତ ହୋଇଛି।

ବର୍ଷର ପ୍ରଥମ ଦିନରେ ନେପାଳରେ ମଧ୍ୟରାତ୍ରିରେ ଭୂମିକମ୍ପ ଅନୁଭୂତ ହୋଇଛି। ନେପାଳର ଗୋଟିଏ ପଟେ ପ୍ରବଳ ଭୂମିକମ୍ପ ହେଉଥିବା ବେଳେ ସମଗ୍ର ଦେଶ ନୂଆ ବର୍ଷ ଉତ୍ସବରେ ବୁଡି ରହିଥିଲା। ନେପାଳରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ମାପ କରାଯାଇଥିଲା।

ସୋମବାର, ନୂତନ ବର୍ଷର ପ୍ରଥମ ଦିନରେ, କେନ୍ଦ୍ରୀୟ ଜାପାନରେ ମଧ୍ୟ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା। ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗୋଟିଏ ଦିନରେ ୧୫୫ ଟି ଭୂକମ୍ପ ଅନୁଭୂତ ହୋଇଥିଲା। ବର୍ତ୍ତମାନ ଜାପାନରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଥିସହ ଭୂମି ତଳେ ପୋତି ହୋଇଥିବା ଲୋକଙ୍କୁ ଖୋଜା ଚାଲିଛି।

Get real time updates directly on you device, subscribe now.