ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଏବେଠୁ ଟେନସନରେ ଆଶାୟୀ

ଆଜି ସନ୍ଧ୍ୟାରେ ଘୋଷଣା ହୋଇପାରେ ମୁଖ୍ୟମନ୍ତ୍ରୀ ନାଁ! ୫ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଧଡଧଡ ହେଲାଣୀ ଆଶାୟୀଙ୍କ ଛାତି। ବୈଠକରେ କ'ଣ ହେବ ଆଲୋଚନା?

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ହେଲେ ଏବେଠୁ ଧଡଧଡ ହେଲାଣି ଆଶାୟୀଙ୍କ ଛାତି। ବୈଠକରେ ଘୋଷଣା ହୋଇପାରେ ମୁଖ୍ୟମନ୍ତ୍ରୀ ନାଁ। ଯାହାକୁ ନେଇ ଏବେଠୁ ଚିନ୍ତାରେ ଆଶାୟୀ ପ୍ରାର୍ଥୀ।

ତେବେ ଏହି ବୈଠକ ସନ୍ଧ୍ୟା ୫ଟାରେ ବସିବ। ବୈଠକରେ ଉପସ୍ଥିତ ରହିବେ ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା। ଏହାସହ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ।

ଆଶାୟୀ ଚିନ୍ତାରେ: ତେବେ ଗତକାଲି ଆସି ସାରିଛି ଦିଲ୍ଲୀ ନିର୍ବାଚନ ଫଳାଫଳ। ଆଉ ୧୦ ବର୍ଷର ସରକାରକୁ ହଟାଇ ୨୭ ବର୍ଷ ପରେ ରାଜଧାନୀକୁ ଫେରିଛି ବିଜେପି ଶାସନ। ହେଲେ ଏବେଯାଏଁ ଘୋଷଣା ହୋଇନାହିଁ ମୁଖ୍ୟମନ୍ତ୍ରୀଙ୍କ ନାଁ।

ଯାହାକୁ ନେଇ ଅନେକ ଆଶାୟୀ ଦ୍ୱନ୍ଦ୍ୱରେ ରହିଛନ୍ତି। କାହା ଉପରେ ଭରଷା କରିବେ ଶୀର୍ଷ ନେତୃତ୍ୱ। ଆଉ କାହା ହାତରେ ଦେବେ ଦିଲ୍ଲୀବାସୀଙ୍କ ଭବିଷ୍ୟତ। ହେଲେ ଏହି ସବୁ ଚର୍ଚ୍ଚା ଆଲୋଚନା ଭିତରେ ସନ୍ଧ୍ୟା ୫ଟାରେ ଦିଲ୍ଲୀରେ ବସିବାକୁ ଯାଉଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ।

ବୈଠକରେ ନିଷ୍ପତ୍ତି: ଆଜି ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବେ ବୀରେନ୍ଦ୍ର ସଚ୍ଚଦେବା ଓ ବୈଜୟନ୍ତ ପଣ୍ଡା। ଏହାସହ ନବ ନିର୍ବାଚିତ ସମସ୍ତ ବିଧାୟକ। ହେଲେ ଏହି ବୈଠକ କାହିଁକି ବସୁଛି ତାହା ଏଯାଏଁ ଜଣା ପଡିନଥିବା ବେଳେ, ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

ଓଡ଼ିଶା ସ୍ଥିତି ଦିଲ୍ଲୀରେ: ଯଦି ଦେଖିବା କିଛିକାଂଶରେ ଓଡିଶାର ବିଧାନସଭା ନିର୍ବାଚନ ପରି ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଯେଉଁପରି ଭାବରେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହୋଇ ନଥିଲା। ଆଉ ବୈଠକର ଶେଷ ସମୟ ବେଳକୁ ମୋହନ ମାଝୀଙ୍କ ନାଁ ଡିକ୍ଲାର କରାଗଲା।

ଠିକ୍ ସେହିପରି ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି। ଆଉ ଆଜି ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି।

ଯେହେତୁ ଏବେଯାଏଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ବିଜେପି କାହା ନାଁ ଘୋଷଣା କରିନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ପ୍ରାର୍ଥୀ ଏବେ ଚିନ୍ତାରେ ପଡିଯାଇଛନ୍ତି। ତେବେ ଦେଖାଯାଉ ସନ୍ଧ୍ୟାରେ ଯଦି ଏହିପରି କିଛି ନିଷ୍ପତ୍ତି ନିଆଯାଏ।

ତାହାଲେ କାହା ନାଁରେ ମୋହର ବାଜୁଛି। ଆଉ ଆଶାୟୀ ଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଶୀର୍ଷ ନେତୃତ୍ୱ ଚୟନ କରୁଛନ୍ତି। ନାଁ ଓଡ଼ିଶା ଭଳି ଚର୍ଚ୍ଚାର ପରିସର ବାହାରେ ଥିବା ନାଁକୁ ମୁଖ୍ୟମଂନ୍ତ୍ରୀ ଆସନରେ ବସାଉଛନ୍ତି।