fbpx

ଚାଲିଥିଲା ଅନୁସନ୍ଧାନ: ୬୮ ଦିନ ପରେ ଏତିକି ଫୁଟ ଉଚ୍ଚତାରୁ ଉଦ୍ଧାର ହେଲା ଶବ

ଶିମଲା: ହିମାଚଳପ୍ରଦେଶର ଲାହୋର ଘାଟିରେ ୧୫ ହଜାର ଫୁଟ ଉଚ୍ଚତାରେ ଥିବା ଜଣେ ପର୍ବତାରୋହିଙ୍କ ଶବକୁ ଉଦ୍ଧାର କରାଯାଇଛି । ଯିଏକି ବାଙ୍ଗାଲୁର ବୋଲି ଜଣାପଡିଛନ୍ତି  | ତେବେ ଦୀର୍ଘ ୬୮ ଦିନ ପରେ ତାଙ୍କର ଏହି ଶବକୁ ଗ୍ଲାସିୟରରୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଜଣେ ପର୍ବତାରୋହି ଲାହଲ୍ ସ୍ପିଟିର ବାଟାଲ ଠାରୁ ୫ ହଜାର ୩୦୦ ମିଟର ଉଚ୍ଚରେ ଥିବା ଏକ ଶିଖରରୁ ଗ୍ଲାସିୟରରେ ପଡି ଯାଇଥିଲେ । ଯାହାଙ୍କ ମୃତ ଦେହକୁ ୬୮ ଦିନ ପରେ ଉଦ୍ଧାର କରାଯାଇଛି । ତେବେ ଏହି ପର୍ବତାରୋହି ବାଙ୍ଗାଲୁରର ବୋଲି ଅଟଳ ବିହାରୀ ବାଜପେୟୀ ପର୍ବତାରୋହଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅବିନାଶ ନେଗି ସୂଚନା ଦେଇଛନ୍ତି ।

ଏହି ଶବକୁ ଉଦ୍ଧାର କରିବାକୁ ନୟୋଜିତ ହୋଇଥିବା ରେସ୍କ୍ୟୁ ଟମର ସଦସ୍ୟ ଯୋଗେନ୍ଦ୍ର ଠାକୁର କହିଛନ୍ତି ଯେ ଏହି ଶବକୁ ଉଦ୍ଧାର କରିବାକୁ ତାଙ୍କୁ ଏକ ସପ୍ତାହରୁ ଅଧିକ ସମୟ ଲାଗିଥିଲା । ସେହିପରି ପର୍ବତ ଶିଖରକୁ ପହଞ୍ଚିବାକୁ ତାଙ୍କୁ ୩ ଦିନ ସମୟ ଲାଗିଥିଲା । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଶବକୁ ଉଦ୍ଧାର କରିବାକୁ ପୂର୍ବରୁ ମଧ୍ୟ ପ୍ରୟାଶ କରାଯାଇଥିଲା । କିନ୍ତୁ ଅଧିକ ମାତ୍ରାରେ ବରଫ ଏବଂ ମୌସୁମୀ ଖରାପ ଥିବା କାରଣରୁ ଉଦ୍ଧାର କାର୍ଯ୍ୟ ହୋଇପାରି ନଥିଲା ।

ବାଙ୍ଗାଲୁରର ଏହି ପର୍ବତାରୋହି ଜଣକ ନିଜ ବନ୍ଧୁମାନଙ୍କ ସହିତ ଚଳିତ ବର୍ଷ ଜୁନ ୧୪ ତାରିଖରେ ଲାହାଲ୍ ର ସିବି ୧୩ ଶିଖରରକୁ ଯାଇଥିଲେ ।ଯାହାର ଉଚ୍ଚତା ପାଖାପାଖି ୧୫ ହଜାର ଫୁଟ ରହିଥିଲା । କିନ୍ତୁ ଦୁଃଭାଗ୍ୟବଶତଃ ସେହି ସମୟରେ ଗ୍ଲୋସିୟର ଫାଟିବା କଗାଣରୁ ସେ ଏକ ଖାଲରେ ପଡିଯାଇଥିଲେ । ତେବେ ୨୦ ଫୁଟ ଳକୁ ଖସିପଡିଥିବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ପାରିନଥିଲେ ଏବଂ ଲାହାଲ ପ୍ରଶାସନର ସାହାଯ୍ୟ ଲୋଡିଥିଲେ । ଏହାପରେ ମନାଲିର ଅଟଳ ବିହାରୀ ବଜପେୟୀ ପର୍ବତାରୋହଣ ପ୍ରତିଷ୍ଠାନ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମୌସୁମୀ ଖରାପ କାରଣରୁ ତାଙ୍କୁ ଉଦ୍ଧାର କରାଯାଇ ପାରିନଥିଲା ।

Get real time updates directly on you device, subscribe now.