(Video) ଓଡ଼ିଶାର ସମୁଦ୍ରରୁ ଠାବ ଏକ ବିଶାଳକାୟ ବସ୍ତୁ: ଭାସୁଥିବା ଜିନିଷ ବଢ଼ାଇଲା ରହସ୍ୟ, ପାଖକୁ ଯିବାକୁ ସଭିଙ୍କ ଭୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଘଟିଯାଇଛି ଏକ ରହସ୍ୟଜନକ ଘଟଣା । ଏକ ଅଜଣା ବସ୍ତୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ମଝି ସମୁଦ୍ରରୁ ଓଡ଼ିଶାକୁ ମାଡ଼ି ଆସିଲା ଏକ ବିଶାଳକାୟ ବସ୍ତୁ । ଲୁହାରେ ତିଆରି ଏହି ବସ୍ତୁକୁ ଦେଖି ସଭିଙ୍କ ମନରେ ଛନକା ପଶିଯାଇଛି । ଏହି ବସ୍ତୁଟି କେଉଁଠୁ ଆସିଲା, ଏହା ଶତ୍ରୁଦେଶର ଷଡ଼ଯନ୍ତ୍ର ନୁହେଁ ତ ଏପରି କିଛି ପ୍ରଶ୍ନ ଲୋକଙ୍କ ମନରେ ଘାରିଥିଲା । ଏହି ଲୁହା ବସ୍ତୁ ନିକଟକୁ ଯିବାକୁ ମତ୍ସ୍ୟଜୀବୀମାନେ ମଧ୍ୟ ଭୟ କରିଥିଲେ । ତେବେ ପରେ ସାହସ କରି ଲାଇଫ୍ ଜ୍ୟାକେଟ ପିନ୍ଧି ମତ୍ସ୍ୟଜୀବୀମାନେ ଏହି ବିଶାଳକାଳୟ ଅଜଣା ବସ୍ତୁ ନିକଟକୁ ଯାଇଥିଲେ ।

ମନରେ ଅସୁମାରୀ ଭୟ ରହିଥିଲେ ବି ମତ୍ସ୍ୟଜୀବୀମାନେ ସତ୍ୟର ଖୁଲାସା କରିବା ପାଇଁ ଲୁହା ବସ୍ତୁ ନିକଟକୁ ଯାଇଥିଲେ । ରାଜ୍ୟର ଭୋଗରାଇ ଉଦୟପୁର ସମୁଦ୍ର ନିକଟରୁ ଠାବ ହୋଇଛି ଏହି ଅଜଣା ବିଶାଳକାୟ ବସ୍ତୁ । ବାତ୍ୟା ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ଫଳରେ ସମୁଦ୍ରରେ ବଡ଼ ବଡ଼ ଲହରୀ ଉପକୂଳ ଆଡ଼କୁ ମାଡ଼ି ଆସିଥିଲା । ଏହା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବୋଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଯାଇ ଦେଖିଥିଲେ । ବସ୍ତୁଟି ଲୁହା ହୋଇଥିବା ବେଳେ ତାହା ନାଲି ରଙ୍ଗର ରହିଥିଲା । ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣା ପଡିଥିଲା ।